Latest Odisha News

BREAKING NEWS

କେକେଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ : ଶରୀର ଓ ମୁହଁରେ କ୍ଷତ ଚିହ୍ନଥିବା ସୂଚନା; ଆୟୋଜକୁ କୋଲକାତା ପୋଲିସର ପଚରାଉଚରା

ଦିଲ୍ଲୀ : ବଲିଉଡ ସିଙ୍ଗର କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ମୃତ୍ୟୁ ଘଟଣାରେ ଆୟୋଜକୁ ପଚରାଉଚରା କରୁଛି କୋଲକାତା ପୋଲିସ । ଗତକାଲି ଷ୍ଟେଜ ଶୋ କରୁୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ କେକେ । ଏହା ପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆୟୋଜନ ସ୍ଥାନରେ ଏସି ଚାଲୁନଥିବାର ସୂଚନା ରହିଛି ।

ତେଣୁ ପ୍ରବଳ ଗରମ ହେଉଥିଲା । ଆଉ ଗୀତ ଗାଉଥିବା ବେଳେ ବାରମ୍ବାର ରୁମାଲରେ ତାଙ୍କ ମୁଣ୍ଡରୁ ଝାଳ ପୋଛୁଥିବାର ନଜିର ରହିଛି । ଆୟୋଜନ ସ୍ଥଳରେ ଆବଶ୍ୟକରୁ ଅଧିକ ଲୋକ ଉପସ୍ଥିତ ଥିବା କୁହାଯାଉଛି । ଯାହା ନିୟମକୁ ଉଲ୍ଲଂଘନ ହୋଇଥିବା ସୂଚନା ରହିଛି । ଏପରି ଅବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଆଉ କେଉଁ ପରିସ୍ଥିତିରେ କେକେଙ୍କର ମୃତ୍ୟୁ ହେଲା ତାର ତଦନ୍ତ କରୁଛି ପୋଲିସ ।

ଅନ୍ୟପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ କେକେଙ୍କ ଶରୀର ଓ ମୁହଁରେ କ୍ଷତ ଚିହ୍ନ ରହିଛି । କେମିତି ହେଲା କ୍ଷତ ଚିହ୍ନ ଏବଂ କେଉଁ ପରିସ୍ଥିତିରେ ଏହା ହୋଇଛି ତାର ଖୋଳତାଡ଼ କରୁଛି ପୋଲିସ । କେକେ ଯେଉଁ ହୋଟେଲରେ ରହୁଥିଲେ ସେଠିକାର କର୍ମଚାରୀଙ୍କ ମଧ୍ୟ କୋଲକତା ପୋଲିସ ଜେରା କରିବାର ସୂଚନା ରହିଛି । ସୂଚନା କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହି ଲୋକପ୍ରିୟ ସିଙ୍ଗରଙ୍କ ପ୍ରକୃତ ନାମ କୃଷ୍ଣକୁମାର କୁନାଥ । ସେ କେକେ ଭାବରେ ନିଜର ଫ୍ୟାନଙ୍କ ପାଖରେ ବେଶ ପରିଚିତ ।

Comments are closed.