Latest Odisha News

BREAKING NEWS

ଟି୨୦ ବିଶ୍ୱ ରେକର୍ଡ ପାଇଁ ଭାରତକୁ ଆବଶ୍ୟକ ଆଉ ଗୋଟିଏ ବିଜୟ

ମୁମ୍ବାଇ: ଆଇପିଏଲ ପରେ ଏବେ ଟିମ ଇଣ୍ଡିଆର ବ୍ୟସ୍ତବହୂଳ ଆନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଆରମ୍ଭ ହୋଇଯିବ । ୯ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ୫ ମ୍ୟାଚ ବିଶିଷ୍ଟ ଘରୋଇ ଟି୨୦ ସିରିଜରେ ଟିମ ଇଣ୍ଡିଆ ନିକଟରେ ବିଶ୍ୱ ରେକର୍ଡ କରିବା ସୁଯୋଗ ରହିଛି । ଭାରତ କ୍ରମାଗତ ୧୨ ଟି୨୦ ମ୍ୟାଚ ଜିତି ଆଫଗାନିସ୍ତାନ ଓ ରୋମାନିଆ ସହ ସମକକ୍ଷ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କଲେ ଦଳ ବିଶ୍ୱରେକର୍ଡର ଅଧିକାରୀ ହେବ ।

BjdElectrycity

କେଏଲ ରାହୁଲ ନେତୃତ୍ୱାଧୀନ ଭାରତୀୟ ଦଳରେ ଏବେ ଅନେକ ଟି୨୦ ସ୍ପେଶାଲିଷ୍ଟ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଉମରାନ ମଲିକ, ଅର୍ଶଦୀପ ସିଂ, ଦୀନେଶ କାର୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । କାର୍ତିକ ୩ ବର୍ଷ ପରେ ଭାରତ ଦଳକୁ ଫେରିଛନ୍ତି । ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରାହଙ୍କ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇଛି ।

Leave A Reply

Your email address will not be published.