Latest Odisha News

କୋଭିଡ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ଓଡ଼ିଶାରେ କଟକଣା, ୟୁକେରୁ ଆସୁଥିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର: କୋଭିଡ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ରାଜ୍ୟରେ କଟକଣା ଲାଗୁ କରାଯାଇଛି।

ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ଜିଲ୍ଲାପାଳ, ସିଡିଏମଓ, ଭୁବନେଶ୍ୱର ମହାନଗର ନିଗମ,ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏକ ଚିଠିରେ କହିଛନ୍ତି ଯେ ବ୍ରିଟେନରେ ଚିହ୍ନଟ ହୋଇଥିବା କୋଭିଡ୍‌ର ନୂଆ ଷ୍ଟ୍ରେନ୍‌ ବ୍ୟାପକ ହେବାରେ ଲାଗିଛି।

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ୟୁକେ ବିମାନ ବନ୍ଦର ଦେଇ ୧୪ ଦିନ ଭିତରେ ଆସିଥିବା ବ୍ୟକ୍ତିଙ୍କୁ ଦେବାକୁ ବାଧ୍ୟତାମୂଳକ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ। ୧୪ ଦିନ ଯାଏଁ ଗୃହ ସଂଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.