Latest Odisha News

BREAKING NEWS

ରାୟଗଡା ପିତାମହଲ ନିକଟରେ ଅଘଟଣ : ୩୦ରୁ ଉର୍ଦ୍ଧ୍ବ ମଇଁଷି ପଲଙ୍କ ଉପରେ ମାଡିଗଲା ଟ୍ରେନ

ରାୟଗଡା : ରାୟଗଡା ପିତାମହଲ ନିକଟ ରେଳ ଟ୍ରାକରେ ଅଘଟଣ । ୩୦ରୁ ଅଧିକ ମଇଁଷି ଉପରେ ମାଡିଗଲା ଟ୍ରେନ । ଘଟଣା ସ୍ଥଳରେ ପ୍ରାୟ ୩୦ରୁ ଅଧିକ ମଇଁଷିଙ୍କ ଜୀବନ ଚାଲିଯାଇଛିା ରାୟଗଡା ପିତାମହଲ ଗାଁରେ ଏପରି ଦୁଃଖଦ ଘଟଣା ଘଟିଛି । ଶନିବାର ସନ୍ଧ୍ୟା ସମୟରେ ପିତାମହଲ ଗାଁରେ ରେଳ ଧାରଣା ଦେଇ ମଇଁଷି ମାନେ ଘରକୁ ଫେରୁଥିଲେ ।

ଏହି ସମୟରେ ରେଳ ଧାରଣାରେ ଦ୍ରୁତ ଗତିରେ ଆସୁଥିବା ଆଲଫା ଧାନବାଦ ଚଳନ୍ତା ଟ୍ରନ ମଇଁଷି ମାନଙ୍କ ଉପରେ ମାଡି ଯାଇଥିଲା । ଘଟଣା ସ୍ଥଳରେ ମଇଁଷିଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡିରହିଛି । ଖବର ପାଇ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.