Latest Odisha News

BREAKING NEWS

୭ ଦଫା ଦାବି ପୂରଣ ପରେ ତୋଷାଳୀ ସିମେଣ୍ଟ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହୃତ କଲେ

୫ ଦିନ ଧରି ଧାରଣା ଦିଆଯାଇଥିଲା

କୋରାପୁଟ : ଦାବି ପୂରଣ ପରେ ତୋଷାଳୀ ସିମେଣ୍ଟ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହୃତ କଲେ । ସାତ ଦଫା ଦାବି ନେଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ଆମ୍ପାବାଲି ସ୍ଥିତ ଆଇଏଫଟିୟୁ ଶ୍ରମିକ ମାନଙ୍କ ୭ ଦଫା ଦାବିକୁ ପୂରଣ କରିବେ କମ୍ପାନୀ ,ତୋଷାଳୀ ସିମେଣ୍ଟ ଶ୍ରମିକମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ଅନୁବନ୍ଧିତ ତୋଷାଳୀ ସିମେଣ୍ଟ ଶ୍ରମିକ ସଂଘ ଓ ଏଆଇକେଏମଏସି ପକ୍ଷରୁ କାରଖାନା ଗେଟ ଆଗରେ ଧାରଣା ୫ ଦିନ ଧରି ଧାରଣା ଦିଆଯାଇଥିଲା ।

ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି କମ୍ପାନୀ କର୍ତ୍ତୁପକ୍ଷ ସ୍ଥାନୀୟ ପ୍ରଶାସନ ଓ ଶ୍ରମ ବିଭାଗ ଅଧିକାରୀ ମାନଙ୍କ ମଧ୍ୟରେ ମିଳିତ ଆଲୋଚନା ପରେ ଶ୍ରମିକମାନଙ୍କ ସାତଦଫା ଦାବିକୁ ମାନିବାକୁ କମ୍ପାନୀ କର୍ତ୍ତୁପକ୍ଷ ରାଜି ହୋଇଥିଲେ । ମାସେ ମଧ୍ୟରେ ସମସ୍ତ ଦାବିକୁ ପୁରଣ କରିବା ପାଇଁ କମ୍ପାନୀ ଅଧିକାରୀ ମାନେ ଲିଖିତ ଭାବେ ଜଣାଇଥିବା ବେଳେ ସେଠାରେ ଉପସ୍ଥିତ ସ୍ଥାନୀୟ ବିଡିଓ , ଥାନା ଆଇ ଆଇସି ଓ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ  ଏହାକୁ ନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଆଲୋଚନାରେ ଶ୍ରମିକଙ୍କ ପକ୍ଷରୁ ପି କ୍ରୀଷ୍ଣା, ଏମ୍ ରାମୁ, ସି ଚିଟିବାବୁ, ଏ ମୋହନ ରାଜୁ, ସନ୍ତୋଷ ପ୍ରଧାନ ଓ ଶ୍ରମିକ ସଂଗଠନ ଆଇଏଫଟିୟୁର ରାଜ୍ୟ ଆବାହକ କମ୍ରେଡ୍ ପ୍ରତାପ ଚନ୍ଦ୍ର ପ୍ରଧାନ ଭାଗ ନେଇ ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଉପସ୍ଥାପିତ କରିଥିଲେ । ଆସନ୍ତା କାଲି ଠାରୁ ଶ୍ରମିକମାନେ ପୂର୍ବବତ୍ କାମରେ ଯୋଗ ଦେବାକୁ ରାଜି ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ସୋଇଥିଲା ।  ଶ୍ରମିକମାନଙ୍କ ଆନ୍ଦୋଳନ ଲାଗି ଗତ ପାଞ୍ଚ ଦିନ ଧରି କମ୍ପାନୀର କାରଖାନାରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ଥିଲା ।

ଶ୍ରମିକମାନେ କରିଥିବା ଦାବି ମଧ୍ୟରେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ଶ୍ରମିକ ଓ କର୍ମଚାରୀଙ୍କୁ ସର୍ବନିମ୍ନ ଦରମା ସହ ଦରମାକୁ ବୃଦ୍ଧି କରିବା, ଶ୍ରମିକଙ୍କ ଇପିଏଫ୍ ବାବଦରେ ନିୟମିତ ଟଙ୍କା ଜମା କରିବା, ଛଟେଇ ସ୍ଥାନୀୟ ଶ୍ରମିକମାନଙ୍କୁ ପୁନଃନିଯୁକ୍ତି ଦେବା, କାରଖାନା ଓ ଖଣି ଖନନ ଫଳରେ ଜମି ହରାଇଥିବା ସ୍ଥାନୀୟ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା, କମ୍ପାନୀ ପକ୍ଷରୁ ଶ୍ରମିକ ଓ ସ୍ଥାନୀୟ ଲୋକଙ୍କୁ ସ୍ଵାସ୍ଥ୍ୟସେବା ମାଗଣାରେ ଯୋଗାଇ ଦେବା ଆଦି ପ୍ରମୁଖ ଥିଲା । ଏହି ସବୁ ଦାବି ଗୁଡିକ ପୁରଣ ପରେ ଆନ୍ଦୋଳନରୁ ହଟିଥିଲେ ଶ୍ରମିକମାନେ ।

Leave A Reply

Your email address will not be published.