Latest Odisha News

BREAKING NEWS

ଇସ୍ରୋ ବୈଜ୍ଞାନିକ ପ୍ରସ୍ତୁତ କଲେ ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଘର କରିବା ସ୍ୱପ୍ନ ଧିରେ ଧିରେ ସାକାର ହେବାରେ ଲାଗିଛି । ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା ପ୍ରସ୍ତୁତ କରିଛନ୍ତି । ଏଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଭରପୂର ସହଯୋଗ କରିଛି । ଏହି ସ୍ପେସ ବ୍ରିକ ପ୍ରସ୍ତୁତ ପାଇଁ ବ୍ୟାକ୍ଟେରିଆ ଆଧାରିତ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ମଙ୍ଗଳ ଗ୍ରହଣ ଅଣାଯାଇଥିବା ମାଟିରୁ ସ୍ପୋରାସାରସିନା ପେଷ୍ଟୁରି ନାମକ ବ୍ୟାକ୍ଟେରିଆ, ଗ୍ୱାର ଗମ, ୟୁରିଆ ଓ କ୍ୟାଲିସିୟମ କାର୍ବେନେଟକୁ କ୍ରିଷ୍ଟାଲ ରୂପ ଦେଇ ଏହାକୁ ପ୍ରସ୍ତୁତ କରାଯାଇଛି ।

BjdElectrycity

ତେବେ ଏହି ଇଟା ଉପରେ ଆହୁରି ଅଧିକ ଗବେଷଣା କରାଯିବା ବାକି ଅଛି ବୋଲି ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି । ତେବେ ଏହା ମାଧ୍ୟମରେ ଆମେ ଅନ୍ୟ ମାନଙ୍କୁ ରାସ୍ତା ଦେଖାଇବାରେ ସଫଳ ହେଇଛୁ ବୋଲି ଜଣେ ବୈଜ୍ଞାନିକ କହିଛନ୍ତି । ମଙ୍ଗଳ ଗ୍ରହରୁ ଅଣା ଯାଇଥିବା ମାଟିରେ ଭଲ ଇଟା ପ୍ରସ୍ତୁତ ହୋଇପାରିବ ନାହିଁ ବୋଲି ଜଣାପଡିବା ପରେ ଏହି ପରୀକ୍ଷଣ କରାଯାଇଛି ।

Leave A Reply

Your email address will not be published.