Latest Odisha News

BREAKING NEWS

ଭକ୍ତଙ୍କ ସୁବିଧାକୁ ପ୍ରାଧାନ୍ୟ: ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଚାଲିବ ରଥଯାତ୍ରା ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତ୍ରା ସୁବିଧା ଏବଂ ଯାତ୍ରୀମାନଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ବାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକ ଯୋଡ଼ା ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ ଟ୍ରେନ୍ ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ସ୍ପେଶାଲ ଟ୍ରେନ୍ ସେବାର ବିବରଣୀ ହେଲା…

ଟ୍ରେନ୍ ନଂ ୦୮୮୦୧ ଗୋନ୍ଦିଆ ଜଙ୍କସନ–ପୁରୀ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ: ଏହି ଟ୍ରେନ୍ ଗୋନ୍ଦିଆ ଜଙ୍କସନରୁ ଆସନ୍ତା ଜୁଲାଇ ୨ ତାରିଖରୁ ୯ ଜୁଲାଇ, ୬ ଜୁଲାଇ ଏବଂ ଜୁଲାଇ ୨୯ ତାରିଖ (୪ ଥର) ଦିନ ୧୩ଟା ୩୦ରେ ଛାଡ଼ିବ ଏବଂ ପରଦିନ ୧୦ଟାରେ ପୁରୀରେ ପହଞ୍ଚିବ । ସେହିପରି, ଟ୍ରେନ୍ ନଂ ୦୮୮୦୨ ପୁରୀ-ଗୋନ୍ଦିଆ ଜଙ୍କସନ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ: ଏହି ଟ୍ରେନ୍ ପୁରୀରୁ ଜୁଲାଇ ୩ , ଜୁଲାଇ ୧୦, ୧୭ ଜୁଲାଇ ଏବଂ ୩୦ ଜୁଲାଇ (୦୪ ଥର) ଦିନ ୧୩ଟାରେ ଛାଡ଼ିବ ଏବଂ ପରଦିନ ୭ଟାରେ ଗୋନ୍ଦିଆ ଜଙ୍କସନରେ ପହଞ୍ଚିବ ।

ଏହି ସ୍ପେଶାଲ ଟ୍ରେନ୍ ଉଭୟ ଦିଗରୁ ଡ଼ୋଙ୍ଗରଗଡ଼, ରାଜନନ୍ଦଗାଁ, ଦୁର୍ଗ, ରାୟପୁର, ଲାଖୋଲି, ଖରିଆର ରୋଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ଼, ସମ୍ବଲପୁର, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ରହଣି କରିବ ।

ଯାତ୍ରୀମାନଙ୍କୁ ସମୟସୂଚୀ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅତ୍ୟାଧୁନିକ ସୂଚନା ପାଇଁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା (NTES) କିମ୍ବା ରେଳବାଇର ଅଫିସିଆଲ୍ ସେବାଗୁଡ଼ିକୁ ଯାଞ୍ଚ କରିପାରିବେ ।

Leave A Reply

Your email address will not be published.