Latest Odisha News

BREAKING NEWS

ଆରପାରିରେ ପୂର୍ବତନ ବିଧାୟକ ଦେବରାଜ ସାହୁ

ଅନୁଗୁଳ : ପରଲୋକରେ ପୂର୍ବତନ ବିଧାୟକ ଦେବରାଜ ସାହୁ । ପୂର୍ବତନ ଡେପୁଟି ମିନିଷ୍ଟର ଅଫ୍ ହୋମ୍ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ହୋଇଥିଲା ।ସେ ଗତ ୧୫ ଦିନ ହେଲା ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଯାଇଛି ।

ସ୍ୱର୍ଗତ ଦେବରାଜ ସାହୁ ୧୯୭୧ରୁ ୧୯୭୪ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ମନ୍ତ୍ରୀ ମଣ୍ଡଳରେ ଡେପୁଟି ମିନିଷ୍ଟର ହୋମ୍ ଥିଲେ । ତାଙ୍କରି ସମୟରେ ଅନୁଗୁଳରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେ ଜଣେ ନିଷ୍ଠାପର ସଚ୍ଚୋଟ ତଥା ଗରିବ ଲୋକଙ୍କ ଦରଦୀ ବନ୍ଧୁ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed, but trackbacks and pingbacks are open.