Latest Odisha News

BREAKING NEWS

ନବକଳେବରରେ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ ୨୦୨୨

ମୁମ୍ବାଇ: ମାର୍ଚ୍ଚ ୨୬ରୁ ମେ ୨୯ ପର୍ଯ୍ୟନ୍ତ ଖେଳାଯିବ ଆଇପିଏଲ ୨୦୨୨ । ଶୁକ୍ରବାର ଆୟୋଜିତ ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲରେ ଏହି ନିଷ୍ପତି ନିଆଯାଇଛି । ଲିଗ ପର୍ଯ୍ୟାୟର ସମସ୍ତ ୭୦ ମ୍ୟାଚ ମହାରାଷ୍ଟ୍ରରେ ଖେଳାଯିବ । ୫୫ ମ୍ୟାଚ ମୁମ୍ବାଇରେ ଓ ୧୫ ପୁଣେରେ ଆୟୋଜିତ ହେବ । ପ୍ଲେ ଅଫ ମ୍ୟାଚ କେଉଁଠାରେ ହେବ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ । ସମସ୍ତ ୧୦ଟି ଟିମ ଡିୱାଇ ପାଟିଲ ଓ ୱାଙ୍ଖେଡରେ ୪ଟି ଲେଖାଁଏ ମ୍ୟାଚ ଖେଳିବେ । ସେହିପରି ପୁଣେ ଓ ବ୍ରେବର୍ଣ୍ଣରେ ୩ଟି ଲେଖାଁଏ ମୁକାବିଲାରେ ପ୍ରତ୍ୟେକ ଦଳ ଭାଗ ନେବେ । ସମସ୍ତ ୧୦ଟି ଟିମକୁ ୨ଟି ଗ୍ରୁପରେ ରଖାଯାଇଛି ।

ଗ୍ରୁପ ଏରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ଗ୍ରୁପ ବିରେ ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ରହିଛନ୍ତି । ପ୍ରତ୍ୟେକ ଟିମ ଗ୍ରୁପରେ ପରସ୍ପର ବିପକ୍ଷରେ ୨ଟି ମ୍ୟାଚ ଖେଳିବେ । ଅନ୍ୟ ଗ୍ରୁପର ଯେ କୌଣସି ଗୋଟିଏ ଟିମ ବିପକ୍ଷରେ ୨ଟି ମ୍ୟାଚ ଖେଳିବେ । ଅଧିକ ଥର ଆଇପିଏଲ ଜିତିଥିବା ଟିମ, ଫାଇନାଲରେ ପ୍ରବେଶ କରିଥିବାକୁ ଆଖି ଆଗରେ ରଖାଯାଇ ଟିମ ର‌୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । ମୁମ୍ବାଇ ଶୀର୍ଷରେ ଏବଂ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହିଛି ।

Comments are closed, but trackbacks and pingbacks are open.