Latest Odisha News

BREAKING NEWS

ଅବପାତ ହୋଇ ଆଜି ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ୱାଦ ଅବଶିଷ୍ଟାଂଶ

ଭୁବନେଶ୍ୱର: ସମୁଦ୍ର ଭିତରେ ସାଇକ୍ଲୋନ୍ । ସ୍ଥଳଭାଗ ପାଖରେ ପହଞ୍ଚିଲା ବେଳକୁ ଅବପାତ । ବାତ୍ୟା ଜଓ୍ୱାଦ ଅଧିକରୁ ଅଧିକ ଦୁର୍ବଳ ପଡୁଛି । ଗତକାଲି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ଜଓ୍ୱାଦର ଅବଶିଷ୍ଟାଂଶ ଡିପ୍ରେସନ୍ ହେବ । ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିଲା ବେଳକୁ ଡିପ୍ରେସନ୍ ହୋଇଥିବ । ଏବେ ଘଣ୍ଟାପ୍ରତି ୧୧ କିଲୋମିଟ ବେଗରେ ପୁରୀ ଉପକୂଳ ମୁହାଁ ହେଉଛି ।

ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି ଡିପ୍ ଡିପ୍ରେସନ୍ । ପୁରୀ ଉପକୂଳରେ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିବ ଅବପାତ । ତାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ମୁହାଁ ହେବ ବାତ୍ୟାର ଅବଶିଷ୍ଟାଂଶ । ପଶ୍ଚିମବଙ୍ଗ ମୁହାଁ ହୋଇ ପରବର୍ତ୍ତୀ ୧୨ଘଣ୍ଟାରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ।

ବାତ୍ୟା ପୁରୀ ଉପକୂଳ ପହଞ୍ଚିଲା ବେଳକୁ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ବଢ଼ି ଘଣ୍ଟାପ୍ରତି ୬୦ କିଲୋମିଟ ହୋଇପାର । ଆସନ୍ତା ୨୪ ଘଣ୍ଟା ଯାଏ ଓଡ଼ିଶା ଉପକୂଳରେ ୪୫-୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ତେଣୁ ଆସନ୍ତା ୨୪ ଘଣ୍ଟା ଯାଏ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

Leave A Reply

Your email address will not be published.