Latest Odisha News

BREAKING NEWS

ସକାଳୁ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା, ଶୁନଶାନ ରାସ୍ତାଘାଟ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆଜି ସକାଳୁ ପ୍ରବଳ ବର୍ଷା । ପୁରୀଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଜୱାଦ । ଆଜି ପ୍ରବଳ ବର୍ଷା ହେବା ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଶୁନଶାନ ହୋଇପଡ଼ିଛି ରାସ୍ତାଘାଟ । ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମ୍ ସଂଖ୍ୟକ ବସ ଚଳାଚଳ କରୁଥିବା ପରିଲିକ୍ଷିତ ହେଉଛି । କଟକର ବାଦାମବାଡ଼ି ଅଞ୍ଚଳରେ ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହୋଇଥିବା ସୂଚନା ମିଳିଛି ।

ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଭୁବନେଶ୍ୱର ଓ କଟକରେ ୭ରୁ ୧୧ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ଭୁବନେଶ୍ୱର ଓ କଟକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଇଛି । ମଝିରେ ମଝିରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛଇ । ଆଗାମୀ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ କଟକରେ ୭ରୁ ୧୧ସେଣ୍ଟିମିଟର ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.