Latest Odisha News

BREAKING NEWS

ଜିମ୍ନାଷ୍ଟିକ ବିଶ୍ୱ ଚ୍ୟାଲେଞ୍ଜ କପ: ସ୍ୱର୍ଣ୍ଣ ଜିତିଲେ ଦୀପା କର୍ମକାର

ନୂଆଦିଲ୍ଲୀ : ତୁର୍କୀର ମର୍ସିନଠାରେ ଅନୁଷ୍ଠିତ ହେଉଥିବା ଜିମ୍ନାଷ୍ଟିକ ବିଶ୍ୱ ଚ୍ୟାଲେଞ୍ଜ କପରେ ଭାରତୀୟ ଜିମ୍ନାଷ୍ଟ କୁଇନ୍ ତଥା ଅଲିମ୍ପିଆନ ଦୀପା କର୍ମକାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

 

୨୪ ବର୍ଷିୟା ଭାରତୀୟ ଜିମ୍ନାଷ୍ଟ ଦୀପାଙ୍କର ଏହି ସଫଳତା ତାଙ୍କୁ ଏସୀୟ କ୍ରୀଡ଼ାରେ ବେଶ୍ ଆତ୍ମବିଶ୍ୱାସ ଆଣିଦେବ । ଏହି ପ୍ରତିଯୋଗିତାରେ ଚମକ୍ରାର ୧୪.୧୫୦ ସ୍କୋର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଦୀପା ।

ସୂଚନାଯୋଗ୍ୟ ଜିମ୍ନାଷ୍ଟ ଦୀପା କର୍ମକାର ୨୦୧୬ ରିଓ ଅଲିମ୍ପିକରେ ସାମାନ୍ୟ ପଏଣ୍ଟ ବ୍ୟବଧାନରେ ୪ର୍ଥ ସ୍ଥାନରେ ରହି ଏକ ଅଲିମ୍ପିକ ପଦକ ହାସଲରୁ ବଞ୍ଚିତ ହୋଇଥିଲେ । ପରେ ଗୋଡ଼ ଆଘାତ ପ୍ରାପ୍ତ ହେବା ଯୋଗୁଁ ତାଙ୍କର ସର୍ଜରୀ ଚିକିତ୍ସା କରାଯାଇଥିଲା ।

ଏବେ ପୁନର୍ବାର ବିଶ୍ୱସ୍ତରୀୟ ଜିମ୍ନାଷ୍ଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ହାସଲ କରିପାରିଥିବାରୁ ଏସୀୟ କ୍ରୀଡ଼ାରେ ତାଙ୍କଠାରୁ ଭାରତୀୟ କ୍ରୀଡ଼ାପ୍ରେମୀ ଏକ ସ୍ୱର୍ଣ୍ଣ ପଦକ ହାସଲ କରିବା ସ୍ୱାଭାବିକ ।

Leave A Reply

Your email address will not be published.