Latest Odisha News

BREAKING NEWS

ଜାଣନ୍ତି କି ବର୍ଷକୁ କେତେ ଦରମା ନିଅନ୍ତି ଦୀପିକାଙ୍କ ବଡିଗାର୍ଡ ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ସହିତ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ବଡ ସଫଳତା ହାସଲ କରିଥିଲା।

ଯେତେବେଳେ ବି ସେ ବାହାରକୁ ଯାଆନ୍ତି, ଅନେକ ଲୋକ ତାଙ୍କ ସହ ଫଟୋ ଉଠାଇବାକୁ କିମ୍ବା ତାଙ୍କ ଅଟୋଗ୍ରାଫ୍ ନେବାକୁ ଭିଡ ଲଗାଇଥାନ୍ତି। ତେବେ ଏସବୁ ପରିସ୍ଥିତି ଦୀପିକାଙ୍କୁ ସୁରକ୍ଷା ଦେଇଥାନ୍ତି ତାଙ୍କ ଭାଇ ଅର୍ଥାତ୍‌ ତାଙ୍କ ବଡିଗାର୍ଡ ଜଲାଲ୍‌। ଦୀପିକା ତାଙ୍କୁ ନିଜ ଭାଇ ଭଳି ମାନିଥାନ୍ତି। ତେବେ ଆପଣ ଜାଣନ୍ତି କ ଦୀପିକାଙ୍କ ବଡିଗାର୍ଡଙ୍କ ଦରମା କେତେ?

ବର୍ଷ ବର୍ଷ ଧରି ଦୀପିକାଙ୍କୁ ସୁରକ୍ଷା ‌ଦେଇଆସୁଛନ୍ତି ତାଙ୍କ ଭାଇ ଜଲାଲ୍‌। ଦୀପିକାଙ୍କର ସେ ଅତି ବିଶ୍ବସ୍ତ। ସେ ତାଙ୍କୁ ରାକ୍ଷୀ ମଧ୍ୟ ବାନ୍ଧନ୍ତି। ଯେତେବେଳେ ବି ସେ ସୁଟିଂ ପାଇଁ ବାହାରକୁ ଯାଆନ୍ତି, ଜଲାଲ୍‌ ତାଙ୍କ ସାଙ୍ଗରେ ଯାଇଥାନ୍ତି। ଇ-ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦୀପିକାଙ୍କ ତାଙ୍କ ବଡିଗାର୍ଡଙ୍କୁ ବର୍ଷକୁ ୮୦ ଲକ୍ଷ ଟଙ୍କା ବେତନ ଦେଇଥାନ୍ତି। ତେବେ ଅନେକ ରିପୋର୍ଟ ଅନୁଯାୟୀ ୨୦୧୭ରେ ଜଲାଲଙ୍କ ଦରମା ବର୍ଷକୁ ୧ କୋଟିକୁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.