Latest Odisha News

BREAKING NEWS

‘ବିଶ୍ୱ ପୁସ୍ତକ ମେଳା’ରେ ଜାତୀୟ ଆଲୋଚନାଚକ୍ର: ଓଡ଼ିଆ ସାହିତ୍ୟ ଧାରାରେ ଗାନ୍ଧି ବିଚାରଧାରା ଏବେ ବି ଜୀବନ୍ତ

ନୂଆଦିଲ୍ଲୀ: ଗାନ୍ଧି ପ୍ରତିଟି କ୍ଷେତ୍ରରେ ମଣିଷର ଚେତନାକୁ ଯେପରି ସ୍ପର୍ଶ କରିଥିଲେ ସେପରି ଦାର୍ଶନିକ, ଭାବୁକ, ଚିନ୍ତକ, ଲେଖକ ଓ ଶିଳ୍ପୀକୁ ଅନୁପ୍ରାଣିତ କରିଥିଲେ ବୋଲି ଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ‘ଓଡ଼ିଆ ସାହିତ୍ୟରେ ଗାନ୍ଧିଦର୍ଶନ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ବିଶ୍ୱ ପୁସ୍ତକ ମେଳା ପରିସରସ୍ଥ ପ୍ରଗତି ମଇଦାନଠାରେ ‘ଓଡ଼ିଆ ସାହିତ୍ୟରେ ଗାନ୍ଧିଦର୍ଶନ’ ଶୀର୍ଷକ
ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍ଘାଟନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଲେ ଗାନ୍ଧି ଚଳିତ ସମୟର ସବୁଠାରୁ ବଡ଼ ବହି । ସମଗ୍ର ଜୀବନ ତାଙ୍କର ମାତୃଭାଷାର ପ୍ରାଧାନ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟଅତିଥି ବିଶିଷ୍ଟ ଲେଖକ ଦାଶ ବେନହୁର କହିଲେ ଯେ ଗାନ୍ଧି ସ୍ୱୟଂ ଥିଲେ ସାହିତ୍ୟର ଏକ ସଫଳ ରୂପାୟନ ।

ଓଡ଼ିଆ ସାହିତ୍ୟ ଧାରାରେ ଗାନ୍ଧି ବିଚାରଧାରା ଏବେ ବି ଜୀବନ୍ତ ବୋଲି ଶ୍ରୀ ଦାଶ କହିଥିଲେ । ସ୧ାନନୀୟ ଅତିଥି ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ
କହିଲେ ଯେ ଗାନ୍ଧି ବିଚାରଧାରାର ପ୍ରତିଫଳନ ସାହିତ୍ୟର ବିଭିନ୍ନ ବିଭବକୁ ଋଦ୍ଧିମନ୍ତ କରିଛି ।

ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ ସଭାପତିତ୍ୱ କରି କହିଲେ ଯେ ଗାନ୍ଧିକୁ
ନେଇ ଓଡ଼ିଆ ସାହିତ୍ୟ ଯେପରି ରଚିତ ଓ ପ୍ରଭାବିତ ହୋଇଛି ତାହା ଜାତୀୟ ଇତିହାସରେ ବିରଳ । ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର
ଅନ୍ୟତମ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଚନ୍ଦ୍ରଶେଖର ହୋତା ସ୍ୱାଗତ ଅଭିଭାଷଣ ମାଧ୍ୟମରେ କହିଲେ ଯେ ଦିଲ୍ଲୀଠାରେ ଏକାଡେମୀ ଏ ସମ୍ପାନ
ଆୟୋଜିତ କରି ପୂଜ୍ୟପୂଜାର ପରମ୍ପରାକୁ ନବଦିଗନ୍ତ ପ୍ରଦାନ କରିଛି ।

ଏହି ଅବସରରେ ସଂଯୋଜକ ଦେବେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଦିଲ୍ଲୀର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.