Latest Odisha News

BREAKING NEWS

କୋଣାର୍କ ଚନ୍ଦ୍ରଭଗା ସମୁଦ୍ର ମଧ୍ୟରେ ଫସିଲା ହରିଣ

ପୁରୀ : କୋଣାର୍କ ଚନ୍ଦ୍ରଭଗା ସମୁଦ୍ର ମଧ୍ୟରେ ଫସିଲା ହରିଣ । ଅଳ୍ପକେ ବଞ୍ଚିଗଲା ଜୀବନ । ସମୁଦ୍ରରେ ଫସିଥିବା ହରିଣକୁ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି । ସମୁଦ୍ର ମଧ୍ୟରେ ଦୀର୍ଘ ସମୟ ଧରି ହରିଣଟି ଫସି ରହିଥିଲା । ଏହାକୁ ଉଦ୍ଧାର କରାଯିବା ପରେ ହରିଣଟି ଦୌଡ଼ି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ କୂଳକୁ ଚାଲି ଆସି କିଛି ସମୟ ଶୋଇ ରହିବା ପରେ ଜଙ୍ଗଲ ଭିତରକୁ ପଳାଇଛି । ଉଦ୍ଧାର ହୋଇଥିବା ହରିଣଟି ଏକ ଅଣ୍ଡିରା କିସମର । ଏହାର ବୟସ ୩ରୁ ୪ର୍ବଷ ମଧ୍ୟରେ ହେବ ବୋଲି ବନ ବିଭାଗର କର୍ମଚାରୀ ସୂଚନା ଦେଇଛନ୍ତି । ହରିଣଟି ନିକଟବର୍ତ୍ତି ବାଲୁଖଣ୍ଡ ଅଭୟାରଣ୍ୟରୁ ଚାଲି ଆସିଥିବା ଜଣାପଡିଛି ।

Leave A Reply

Your email address will not be published.