Latest Odisha News

BREAKING NEWS

[ଭିଡିଓ] ଜନ୍ମ ହେଲା ଅଦ୍ଭୁତ ବାଛୁରୀ, ଲୋକେ କହିଲେ ମା’ ଦୁର୍ଗାଙ୍କ ଅବତାର

ନବରଙ୍ଗପୁର: ବିଶ୍ୱାସ, ଅବିଶ୍ୱାସ ଓ ବେଳେବେଳେ ଅନ୍ଧବିଶ୍ୱାସ ଆଧାରରେ ମଣିଷର ଆସ୍ଥା ରହିବା କିଛି ନୂଆ କଥା ନୁହେଁ । କେତେବେଳେ କେଉଁ ଆଧାରରେ ମଣିଷ ଧର୍ମ ଓ ସଂସ୍କୃତିକୁ ଜାବୁଡି ଧରେ ସେ କଥା ଆକଳନ କରିବା କାଠିକର ପାଠ । ନବରଙ୍ଗପୁର ଜିଲ୍ଲାରେ ନବରାତ୍ରୀରେ ଦୁଇଟି ମୁଣ୍ଡ ଓ ତିନୋଟି ଆଖି ଥାଇ ଗୋଟିଏ ଅଦ୍ଭୁତ ବାଛୁରୀର ଜନ୍ମ ହୋଇଛି । ଯାହାକୁ ସ୍ଥାନୀୟ ଲୋକେ ମାଆ ଦୁର୍ଗାଙ୍କ ଅବତାର ମନେ କରି ପୂଜା କରିବାରେ ଲାଗିପଡିଛନ୍ତି ।

ଜିଲ୍ଲାର କୁମୁଲି ପଂଚାୟତ ଅଧିନରେ ଥିବା ଧନିରାମ ନାମକ ଜଣେ ବ୍ୟକ୍ତି ଦୁଇ ବର୍ଷ ପୂର୍ବେ ଗୋଟିଏ ଗାଈ କିଣିଥିଲେ । ସେହି ଗାଈ ହିଁ ନିକଟରେ ଅଦ୍ଭୁତ ବାଛୁରୀଟିକୁ ଜନ୍ମ ଦେଇଥିଲା । ପ୍ରଥମେ ବାଛିରୀଟିକୁ ଦେଖି ଧନୀରାମଙ୍କ ପରିବାର ଲୋକେ ଚକିତ ହୋଇଥିଲେ । ହେଲେ ପରେ ଏବେ ସ୍ଥିତି ସ୍ୱଭାବିକ ରହିଛି ।

ବାଛୁରୀର ଦୁଇଟି ମୁଣ୍ଡ ଥିବାରୁ ମାଆ ପାଖରୁ କ୍ଷୀର ପିଇବାରେ ଅସୁବିଧା ହେଉଛି । ଫଳରେ ବାଛୁରୀଟିକୁ ବାହରର କ୍ଷୀର ଦେବାକୁ ଧନୀରାମ ବାଧ୍ୟ ହୋଇଛନ୍ତି । ନବରାତ୍ରୀ ଅବସରରେ ବାଛୁରୀଟି ଜନ୍ମ ହୋଇଥିବାରୁ ଆଖପାଖର ଲୋକେ ବାଛୁରୀଟିକୁ ଦକ୍ଷିଣମୁହାଁ କରି ପୂଜା କରିବାରେ ଲାଗିପଡିଛନ୍ତି । ଏହି ଘଟଣାକୁ ଆପଣ ଅନ୍ଧବିଶ୍ୱାସ ମନେ କରିପାରନ୍ତି । ହେଲେ ଗାଁ ଲୋକଙ୍କର କିନ୍ତୁ ବାଛିରୀ ପ୍ରତି ରହିଛି ଅଗାଢ ଆସ୍ଥା ।

Leave A Reply

Your email address will not be published.