Latest Odisha News

BREAKING NEWS

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନକୁ ଚିଠି ଲେଖିବେ ଗଜପତି ମହାରାଜା

ପୁରୀ: ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା । ଏହାକୁ ନେଇ ଉଦ୍‌ବେଗ ମଧ୍ୟ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଇସ୍କନ କର୍ତୁପକ୍ଷଙ୍କୁ ଏଭଳି ଅଦିନିଆ ରଥଯାତ୍ରା ନ କରିବାକୁ ଅବଗତ ମଧ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ଗତ ୩୦ ତାରିଖରେ ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ମୁମ୍ବାଇ ଇସ୍କନର ଏପରି କାର୍ଯ୍ୟକ୍ରମକୁ ଓଡ଼ିଶା ଇସ୍କନ ପକ୍ଷରୁ ବିରୋଧ ମଧ୍ୟ କରାଯାଇଥିଲା । ଅନ୍ୟପକ୍ଷରେ ଏନେଇ ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା । ରଥଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।

Leave A Reply

Your email address will not be published.