ପୁରୀ: ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା । ଏହାକୁ ନେଇ ଉଦ୍ବେଗ ମଧ୍ୟ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଇସ୍କନ କର୍ତୁପକ୍ଷଙ୍କୁ ଏଭଳି ଅଦିନିଆ ରଥଯାତ୍ରା ନ କରିବାକୁ ଅବଗତ ମଧ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ଗତ ୩୦ ତାରିଖରେ ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା । ମୁମ୍ବାଇ ଇସ୍କନର ଏପରି କାର୍ଯ୍ୟକ୍ରମକୁ ଓଡ଼ିଶା ଇସ୍କନ ପକ୍ଷରୁ ବିରୋଧ ମଧ୍ୟ କରାଯାଇଥିଲା । ଅନ୍ୟପକ୍ଷରେ ଏନେଇ ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲା । ରଥଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା ।
BREAKING NEWS
- ସାଉଦି ଆରବ ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼: ଜଣେ ଭାରତୀୟ ମୃତ, ଦୁଇ ପୁଅ ହସ୍ପିଟାଲରେ ଭର୍ତ୍ତି
- ୩ୟ ଟି୨୦: ୱେଷ୍ଟଇଣ୍ଡିଜକୁ ୧୪ ରନ୍ରେ ହରାଇଲା ଭାରତ, ସିରିଜ୍ରେ ୨-୧ରେ ଆଗୁଆ
- ବସଷ୍ଟାଣ୍ଡରୁ ବାଘ ଚମଡ଼ା ଜବତ ଘଟଣା;ଆଉ ତିନି ଗିରଫ
- Drone-Based Surveillance:ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ପୂର୍ବ ତଟ ରେଳପଥ ଅଗ୍ରଣୀ;୧୧ଟି ଡ୍ରୋନ୍ ଦ୍ୱାରା ୨୮୪ଟି ଷ୍ଟେସନରେ ନିରୀକ୍ଷଣ
- ଏଆଇ, ପରମାଣୁ ଯୁଦ୍ଧ, ଜୈବଅସ୍ତ୍ର ଆଗାମୀ ୭୫ ବର୍ଷରେ ମାନବଜାତି ପାଇଁ ବିପଦ: ରିପୋର୍ଟ
- ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଗାରେଡ଼ି ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ
- DRI Seizes Gold:ମିଳିଲା ଗୁପ୍ତ ଚାମ୍ବର; ୮.୯୮ କୋଟି ମୂଲ୍ୟର ସୁନା ଜବତ, ୨ଅଭିଯୁକ୍ତ ଗିରଫ
- ଏସସିବି ମେଡିକାଲରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣା: ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀ ଗିରଫ
- ରଣଜୀ ଟ୍ରଫି: ବିନା ମ୍ୟାଚ୍ ଖେଳି ପରାଜୟର ସମ୍ମୁଖୀନ ହେଲା ଅରୁଣାଚଳ ପ୍ରଦେଶ
- ୩୯ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଧାରାବାହିକ ରାମାୟଣର ରାମ-ସୀତା

Comments are closed.