Latest Odisha News

କରୋନା ପଜିଟିଭ୍ ବାହାରିଲେ ୩ ମାସ ଯାଏ ନେଇ ପାରିବେନି ଟିକା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ପାଇଁ ନୂ‌ଆ ଗାଇଡଲାଇନ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ ୩ ମାସ ଯାଏ ତାଙ୍କୁ ଟିକା ଦିଆଯିବନି । ଅର୍ଥାତ୍ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ । ପ୍ରିକସନ୍ ଡୋଜ୍ ପାଇଁ ମଧ୍ୟ ସମାନ ନିୟମ ଲାଗୁହେବ ।

ଏନେଇ ସବୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଅତିରିକ୍ତ ସଚିବ ଓ ନ୍ୟାସନାଲ୍ ହେଲଥ ମିଶନ ନିର୍ଦ୍ଦେଶକ ବିକାଶ ସିଲ ଏନେଇ ଚିଠି ଲେଖିଛନ୍ତି ।

Comments are closed, but trackbacks and pingbacks are open.