Latest Odisha News

ଜୁନ ୨୩ରୁ ଓଜେଏସ ୨୦୨୩ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ଵର: ଆସନ୍ତା ଜୁନ ୨୩ରେ ଅନୁଷ୍ଠିତ ହେବ ଓଜେଏସ ୨୦୨୩ ପ୍ରିଲିମିନାରୀ ପରୀକ୍ଷା । ସକାଳ ୧୦ଟାରୁ ପରିକ୍ଷା ଆରମ୍ଭ ହୋଇ ୧୧.୩୦ ପର୍ଯ୍ୟନ୍ତ ଚାଲିବ । ପରବର୍ତ୍ତୀ ସମୟରେ ଜାରି କରାଯିବ ସେଣ୍ଟର ଲିଷ୍ଟ । ଏନେଇ ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁସାରେ, ରାଜ୍ୟର ୫ଟି ଜୋନାଲ କେନ୍ଦ୍ରରେ ପ୍ରିଲିମ୍ ଓ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ପ୍ରିଲିମିନାରୀ ଲିଖିତ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବା ଭଲ ଭାବେ ଜାଣିଥିବେ । ୨୦୨୩ ମସିହା ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୩ରୁ ୩୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ ନିୟମ କାର୍ଯ୍ୟକାରୀ କରାଯିବ ।

ସୂଚନାଯୋଗ୍ୟ ଯେ, ୨୪ଟି ସିଭିଲ ଜଜ୍ (ଜୁନିୟର ଡିଭିଜନ) ପଦ ପୂରଣ ପାଇଁ ପୂର୍ବରୁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ମାର୍ଚ୍ଚ ୨୦ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ଏନେଇ ଆବେଦନ ଚାଲିଥିଲା ।

 

Leave A Reply

Your email address will not be published.