Latest Odisha News

BREAKING NEWS

ପୁଣି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା; ଜଣେ କନେଷ୍ଟବଳ ମୃତ, ଡିସିପି ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଗୋକୁଳପୁରୀରେ ସିଏଏ ସମର୍ଥକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବା ବେଳେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଜଣେ ଡିସିପି ମଧ୍ୟ ଆହତ ହୋଇଛନ୍ତି । ଦିଲ୍ଲୀର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର-ପୂର୍ବ ଦିଲ୍ଲୀର ୧୦ଟି ଅଂଚଳରେ ୧୪୪ ଧାରା ଜାରି କରିଛି ଦିଲ୍ଲୀ ପୋଲିସ । ଭଜନପୁରାରେ ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ । ଜାଫରାବାଦରେ ପ୍ରଦର୍ଶନ ବେଳେ ୨ଟି କାର ଜାଳି ଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଉପରାଜ୍ୟପାଳ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅପିଲ କରିଛନ୍ତି ।

Leave A Reply

Your email address will not be published.