Latest Odisha News

BREAKING NEWS

ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିଃରେ ୩୦୭ ଟ୍ରେନି ପଦବୀ ଲାଗି ନିଯୁକ୍ତି ସୂଚନା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ଼ (ଏନସିଏଲ)ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲ୍ଲା ଓ ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାରେ ସ୍ଥିତ ୧୦ଟି ହାଇ ମେକାନାଇଜଡ଼ ଓପନ କାଷ୍ଟ ମାଇନ୍ସ ଲାଗି ବିଭିନ୍ନ ପଦବୀ ଲାଗି ରେଗୁଲାର୍ ନିଯୁକ୍ତି ଲାଗି ଅନଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରୁଛନ୍ତି ।

ମୋଟ ଖାଲି ପଦବୀ ସଂଖ୍ୟା: ୩୦୭

ଇଛୁକଥିବା ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ଗୁଡ଼ିକ ଲାଗି ମାର୍ଚ୍ଚ ୩୦, ୨୦୨୦ ସୁଦ୍ଧା ଏହି www.ncl-india.org ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।

ଖାଲିଥିବା ପଦବୀ:

ଡ୍ରାଗଲାଇନ ଅପରେଟର (ଟ୍ରେନି) – ୯
ଡୋଜର୍ ଅପରେଟର (ଟ୍ରେନି) – ୪୮
ଗ୍ରେଡ଼ର୍ ଅପରେଟର (ଟ୍ରେନି) – ୧୧
ଡମ୍ପର୍ ଅପରେଟର (ଟ୍ରେନି) – ୧୬୭
ଶୋଭେଲ୍ ଅପରେଟର (ଟ୍ରେନି) – ୨୮
ପେ ଲୋଡ଼ର୍ ଅପରେଟର (ଟ୍ରେନି) – ୬
କ୍ରେନ୍ ଅପରେଟର (ଟ୍ରେନି) -୨୧
ଡ୍ରିଲ୍ ଅପରେଟର (ଟ୍ରେନି) – ୧୭

ବୟସସୀମା: ସମସ୍ତ ପ୍ରାର୍ଥୀମାନଙ୍କ ବୟସ ମାର୍ଚ୍ଚ ୩୦, ୨୦୨୦ ସୁଦ୍ଧା ୧୮ ରୁ ୩୦ ବର୍ଷ ହୋଇଥିବା ଆବଶ୍ୟକ । ବୟସସୀମା ସମ୍ପର୍କରେ ଅଧିକ ଜାଣିବା ଲାଗି ପ୍ରାର୍ଥୀମାନେ ୱେବସାଇଟର ସାହାଯ୍ୟ ନେବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା:

ମ୍ୟାଟ୍ରିକ୍ୟୁଲେଟ/ଏସଏସସି/ହାଇସ୍କୁଲ କିମ୍ବା ତତୁଲ୍ୟ ଶିକ୍ଷା ବୋର୍ଡ଼ ଅଫ ସେକେଣ୍ଡାରୀ / ହାଇୟର ସେକେଣ୍ଡାରୀ ଏଜୁକେସନ ଅଫ ଇଣ୍ଡିଆନ ସ୍ଟେଟସରୁ ପାସ କରିଥିବା ଆବଶ୍ୟକ ।

ଆଇଟିଆଇ: ଡ଼ିଜେଲ୍ ମେକାନିକ/ମୋଟର ମେକାନିକ/ଫିଟର୍ ଟ୍ରେଡ଼ରେ ପାସ କରିଥିବା ସହିତ ଏନସିଭିଟି / ଏସସିଭିଟି ଟ୍ରେଡ଼ ସାର୍ଟିଫିକେଟ ରହିଥିବା ଆବଶ୍ୟକ ।

ଚୟନ ପଦ୍ଧତି:

ଲିଖିତ ପରୀକ୍ଷା
ବ୍ୟକ୍ତିଗତ ସାକ୍ଷାତକାର
ଡକ୍ୟୁମେଣ୍ଟାରି ଭେରିଫିକେସନ

ପରୀକ୍ଷା ଫି:

ଅଣ-ସଂରକ୍ଷିତ/ଓବିସି/ଇଡ଼ବ୍ଲ୍ୟୁଏସଙ୍କ ଲାଗି – ୫୦୦ଟଙ୍କା
ଏସସି/ଏସଟି/ଇଏସଏମ/ବିଭାଗୀୟ ପ୍ରାର୍ଥୀଙ୍କ ଲାଗି – କୌଣସି ଦେୟ ପୈଠ ଦେବାକୁ ପଡ଼ିବ ନାହିଁ

କିପରି ଆବେଦନ କରିବେ:

ଏନସିଏଲ େଓବସାଇଟ ଯାଇ www.ncl-india.org/ ଲଗଅନ କରନ୍ତୁ
ଏନସିଏଲ କ୍ୟରିୟର କିମ୍ବା ଲାଟେଷ୍ଟ ନ୍ୟୁଜ୍ ପେଜ ଖୋଲନ୍ତୁ
ଟ୍ରେନି ନିଯୁକ୍ତି ଖବର ବିଜ୍ଞାପନ ଖୋଲି ଡାଉନଲୋଡ଼ କରନ୍ତୁ
ବୟସ ସୀମା ଏବଂ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିନିଅନ୍ତୁ
ଏନସିଏଲ ଅନଲାଇନ ଦରଖାସ୍ତ ଫର୍ମ ଲିଙ୍କ ଖୋଲନ୍ତୁ
ଏନସିଏଲ ଅନଲାଇନ ଦରଖାସ୍ତ ଫର୍ମରେ ଫର୍ମ ଭରନ୍ତୁ
ଯଦି ଆବଶ୍ୟକ ପଡ଼େ ଅଲଲାଇନରେ ଫି ପୈଠ କରନ୍ତୁ
ପରେ ଦରକାର ଲାଗି ଆପ୍ଲିକେସନ ଫର୍ମର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ

ପ୍ରାର୍ଥୀମାନେ ଦରଖାସ୍ତ ଫର୍ମ ଦାଖଲ କରିବା ପୂର୍ବରୁ ଅଫିସିଆଲ୍ ବିଜ୍ଞପ୍ତି ଭଲଭାବେ ପଢିନେବାକୁ ଅନୁରୋଧ ।

Leave A Reply

Your email address will not be published.