Latest Odisha News

BREAKING NEWS

ଆଇପିଏଲ ଫାଇନାଲ : ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

ଦୁବାଇ: ଆଇପିଏଲର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବ । ମୁମ୍ବାଇ ଆଇପିଏଲରେ ତା’ର ପଞ୍ଚମ ଟାଇଟଲ୍ ଲକ୍ଷ୍ୟରେ ରହିଛି । ତେବେ ପ୍ରଥମଥର ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୨ ବର୍ଷର ଖାଲିସ୍ଥାନକୁ ପୂରଣ କରିବାକୁ ଚାହିଁବ । ମ୍ୟାଚରେ ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ତେବେ ମୁମ୍ବାଇ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସ୍ପିନର୍ ରାହୁଲ୍ ଚହରଙ୍କ ସ୍ଥାନରେ ଜୟନ୍ତ ଯାଦବଙ୍କୁ ସାମିଲ୍ କରାଯାଇଛି ।

ସୂଚନାଯୋଗ୍ୟ, ଚଳିତ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଲିଗ୍ ପର‌୍ୟ୍ୟାୟରେ ୯ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ୧୬ ପଏଣ୍ଟ ସହ ୨ୟରେ ରହିଥିଲା । ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଦିଲ୍ଲୀକୁ ହରାଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା ।

Leave A Reply

Your email address will not be published.