Latest Odisha News

ପୋଲିସ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ, ସଫଳତା ନେଇ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପିଙ୍କ ସୂଚନା

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି l ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ । 

ସୂଚନା ଅନୁସାରେ, ଗତ ୨୮ ତାରିଖରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । କନ୍ଧମାଳ ଗୋଛlପଡ଼l ଥାନା  ଅନ୍ତର୍ଗତ ରାଇଘର ଗାଁ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ ସେଠାରେ S.O.G ଓ D.V. F ମିଳିତ ଭାବେ କୁମ୍ବିଂ କରିଥିଲେ । ପୋଲିସ ପ୍ରଥମେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ l କିନ୍ତୁ ମାଓବାଦୀ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାପରେ ପୋଲିସ ତରଫରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା l 

ଗୁଳି ବିନିମୟ ବନ୍ଦ ହେବାପରେ ଘଞ୍ଚ ଜଙ୍ଗଲର ସୁଯୋଗ ଉଠାଇ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ l ସର୍ଚ୍ଚ ଅପରେସନ କଲା ବେଳେ ଘଟଣାସ୍ଥଳରୁ ୧୨ ଭୋଲ୍ଟ ବ୍ୟାଟେରୀ, କିଛି ତାର, ଜୋତା, ଟିଫିନ୍, ଚାଉଳ ସହ କପଡ଼l ଓ ଖାଦ୍ୟ ସମାଗ୍ରୀ ଆଦି ଜବତ କରିଛି ପୋଲିସ l ଏବେ ବି ଘଟଣାସ୍ଥଳରେ କୁମ୍ବିଂ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି. ବିନିତ ଅଗ୍ରୱାଲ l

Leave A Reply

Your email address will not be published.