Latest Odisha News

BREAKING NEWS

ମନୀଷ ସିସୋଦିଆଙ୍କୁ ପୁଣି ବଡ ଝଟକା,ମେ ୧୫ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କୁ ଲାଗିଛି ପୁଣି ବଡ ଝଟକା ।  ଦିଲ୍ଲୀ ଅବକାରି ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣି କରିବେ । ଏହି ମାମଲାରେ ଚାର୍ଜସିଟ ଦାଖଲ ଉପରେ ଅଧିକ ଯୁକ୍ତି ପାଇଁ କୋର୍ଟ ମେ ୧୫ କୁ ସ୍ଥିର କରିଛନ୍ତି। ଏହା ବ୍ୟତୀତ ସିସୋଡିଆ ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ମାମଲାରେ ମେ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି।

Leave A Reply

Your email address will not be published.