Latest Odisha News

BREAKING NEWS

ଓଡିଶାବାସୀଙ୍କୁ ଭୋଟ ଅପିଲ୍ କରିବେ ହେମାମାଳିନୀ

ଭୁବନେଶ୍ବର: ଓଡିଶାରେ ପ୍ରଚାର କରିବେ ହେମାମାଳିନୀ । ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ ହେଲେ ଡ୍ରିମ୍ ଗର୍ଲ ହେମାମାଳିନୀ । ଏଥର ଓଡିଶା ଆସି ପ୍ରଚାର କରିବେ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକରେ ସାମିଲ ହେଲେ ହେମାମାଳିନୀ ।

ପୁଣି ଏକ ବଡ ମାଷ୍ଟର ଷ୍ଟ୍ରୋକ ଖେଳିଛି ବିଜେପି । ଓଡିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ଭିତରେ ହେମାମାଳିନୀଙ୍କୁ କଲା ସାମିଲ । ଏବେ ଓଡିଶା ଆସି ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ ବଲିଉଡର ଡ୍ରିମ୍ ଗର୍ଲ ହେମାମାଳିନୀ । ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ ଭିକ୍ଷା । ଜ୍ୟୋତିରାଆଦିତ୍ୟ ସିନ୍ଧିଆଙ୍କ ନାମ ସ୍ଥାନାନ୍ତରିତ କରି ହେମାମାଳୀନିଙ୍କୁ ସେଥିରେ ସାମିଲ କରିଛି ବିଜେପି । ତେବେ ହେମାମାଳିନୀ ବର୍ତ୍ତମାନ ମଥୁରାରୁ ସାଂସଦ ଅଛନ୍ତି ।

Leave A Reply

Your email address will not be published.