Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ନୀତି ମାମଲା, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ଇଡିର ସମନ ମାମଲାରେ ରାଉଜ୍‌ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମିଳିଛି ଏହି ଜାମିନ । ଅବକାରୀ ଦୁର୍ନୀତି ମାମଲାରେ ଆଜି ରାଉଜ୍‌ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ କେଜ୍ରିଓ୍ବାଲ । ଯେଉଁଠାରେ ତାଙ୍କୁ ଜାମିନ ମିଳିଛି । ଦୁଇ ପକ୍ଷର ଦସ୍ତାବିଜ କୋର୍ଟରେ ଦାଖଲ କରିବାକୁ କୁହାଯାଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ରମେଶ ଗୁପ୍ତା କହିଛନ୍ତି ଇଡି ପକ୍ଷରୁ କୌଣସି ଦସ୍ତାବିଜ ଦିଆଯାଇନାହିଁ ।

BjdElectrycity

ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା କରିବାକୁ ଇଡି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଥର ସମନ ହୋଇଥିଲା । ହେଲେ ସମନ ଅନୁସାରେ ହାଜର ହୋଇନଥିଲେ କେଜ୍ରିଓ୍ବାଲ । ଇଡି ପକ୍ଷରୁ ଲଗାତାର ୫ ଥର ସମନ ପରେ କେଜ୍ରିଓ୍ବାଲ ହାଜର ନହେବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରାଉଜ ଆଭେନ୍ୟୁ କୋର୍ଟରେ ଅଭିଯୋଗ କରିଥିଲେ । ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେସନ ଏବଂ ବିଶ୍ବାସ ପ୍ରସ୍ତାବ ଆଲୋଚନା ପାଇଁ ୧୪ ଫେବୃଆରୀରେ ଭର୍ଚୁଆଲରେ ଅଦାଲତରେ ହାଜର ହୋଇଥିଲେ ।ଏହା ପରେ ଅଦାଲତ ମାର୍ଚ୍ଚ ୧୬ରେ ହାଜର ହେବାକୁ କହିଥିଲେ ।

Leave A Reply

Your email address will not be published.