Latest Odisha News

BREAKING NEWS

ମହିଳାଯାତ୍ରୀଙ୍କ ଲାଗି ବସ ଯାତ୍ରା ମାଗଣା; ଦିଲ୍ଲୀରେ ଆଜିଠୁ ଲାଗୁ ହେଲା ନିୟମ !

ନୂଆଦିଲ୍ଲୀ: ମହିଳାମାନଙ୍କ ସୁରକ୍ଷା ତଥା ସଶକ୍ତିକରଣ ନିମନ୍ତେ ଦିଲ୍ଲୀ ସରକାର ଆଜି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଦିଲ୍ଲୀରେ ମହିଳାମାନେ ସମ୍ପୂର୍ଣ୍ଣ ମାଗଣାରେ ବସ୍ ଯାତ୍ରା କରିପାରିବେ ।

ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ।

ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ (ଡ଼ିଟିସି) ବସରେ ଯାତ୍ରା କରୁଥିବା ସମସ୍ତ ମହିଳାମାନଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ ପ୍ରାୟ ୧୩,୦୦୦ ମାର୍ଶାଲ୍ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ସହରରେ ୩,୪୦୦ ମାର୍ଶାଲ୍ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ସହରରେ ମୂତୟନ ହୋଇଛନ୍ତି ।

ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ତଥା ନାରୀ ନିର୍ଯ୍ୟାତନା ରୋକିବାକୁ ଦିଲ୍ଲୀ ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପ୍ରୟାସ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.