Latest Odisha News

BREAKING NEWS

ଉଚ୍ଛେଦ ହେଲା ପୁରୀର ଅସୁରକ୍ଷିତ ମାର୍କେଟ କମ୍ପ୍ଲେକ୍ସ

ପୁରୀ : ପୁରୀ ମ୍ୟୁନିସପାଲିଟି ଅଧିକାରୀ ମାନେ ମଙ୍ଗଳବାର ଦିନ ମୋଚି ସହି ସ୍ଥିତ ମହୋଦଧି ମାର୍କେଟ କମ୍ପ୍ଲେକ୍ସର ଉଚ୍ଛେଦ ପକ୍ରିୟା ଆରମ୍ଭ କରିଛନ୍ତି ।

ପାଖାପାଖି ୫୮ଟି ଦୋକାନ ଓ ଯୁଗ୍ମ ବୈଷୟିକ କମିଟିକୁ ସ୍ଥାନୀୟ ମାଜିଷ୍ଟ୍ରେଟ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସର ଉପସ୍ଥିତିରେ ଏହି ଉଚ୍ଛେଦ ପକ୍ରିୟା ଜାରି ରହିଛି ।

୧୯୬୮ ମସିହାରେ ନିର୍ମିତ ଏହି ମାର୍କେଟ କମ୍ପ୍ଲେକ୍ସକୁ ଗତବର୍ଷ ଜିଲ୍ଲା ପ୍ରଶାସନ ଦ୍ୱାରା ଅସୁରକ୍ଷିତ ଘୋଷଣା କରାଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ, ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ଅକ୍ଟୋବର ୧୪ ସୁଦ୍ଧା ଏହି ଅସୁରକ୍ଷିତ ବିଲ୍ଡିଂକୁ ଖାଲି କରିବାକୁ ଏଠାକାର ଦୋକାନୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଥିଲା ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ସ୍ଥାନରେ ମଲ୍ଟିଷ୍ଟୋରେଡ ମାର୍କେଟ କମ୍ପ୍ଲେକ୍ସ ତିଆରି କରାଯିବ,ଉଚ୍ଛେଦ ଦୋକାନୀ ମାନେ ପୁନଃ ସେମାନଙ୍କ ବେପାର ଏହି ନୂଆ ବିଲ୍ଡିଂରେ ଆରମ୍ଭ କରି ପାରିବେ ।

Leave A Reply

Your email address will not be published.