Latest Odisha News

BREAKING NEWS

ଅସମ୍ଭାଳ ରାଜଧାନୀ, ସତର୍କ ଜାରି କଲା ଆଇଏମଡି

ନୂଆଦିଲ୍ଲୀ:  ତତଲା କଡେଇରେ ଭାଜି ହେଉଛନ୍ତି ରାଜଧାନୀ ଦିଲ୍ଲୀବାସୀ। ୪୭ ଡିଗ୍ରୀ ଡେଇଁ ରେକର୍ଡ ଭେଙ୍ଗିଛି ରାଜଧାନୀ ପାରଦ। ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ଏଥିପାଇଁ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଥିସହ ସ୍କୁଲଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।

ସେପଟେ ପ୍ରବଳ ଗରମ ଯୋଗୁଁ ଦିଲ୍ଲୀରେ ବିଦ୍ୟୁତର ଚାହିଦା ମେ’ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସରକାର ଗ୍ରୀଷ୍ମ ଛୁଟି ସତ୍ତ୍ୱେ ଯେଉଁ  ବେସରକାରୀ ବିଦ୍ୟାଳୟଗୁଡ଼ିକୁରେ କ୍ଲାସ ହେଉଛି ତାହାକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି। ତେବେ ରବିବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.