Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ସୁଶାନ୍ତ ସିଂଙ୍କ ଜୀବନ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ । ଆସନ୍ତାକାଲି ଏହା ମୁକ୍ତିଲାଭ କରିବାର ଅଛି । ରିଲିଜ ଉପରେ ରୋକ ଲଗାଇବାକୁ ପିଟିସନ୍ ଫାଇଲ୍ କରିଥିଲେ ସୁଶାନ୍ତଙ୍କ ବାପା କେ. କେ. ସିଂ ।

କୌଣସି ଫିଲ୍ମରେ ପୁଅର ନାଁ ଓ ତାସହ ମେଳ ଖାଉଥିବା ନାଁର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ ସୁଶାନ୍ତଙ୍କ ବାପା । ସୁଶାନ୍ତଙ୍କ ଜୀବନ ଉପରେ ଆଧାରିତ ୪ଟି ଫିଲ୍ମ ନ୍ୟାୟ: ଦି ଜଷ୍ଟିସ, ସୁଇସାଇଡ୍ ଔର ମର୍ଡର: ଏ ଷ୍ଟାର ଓ୍ୱାଜ୍ ଲାଷ୍ଟ, ଶଶାଙ୍କ ଓ ଗୋଟିଏ ନାଁ ସ୍ଥିର ହୋଇ ନଥିବା ଫିଲ୍ମ ଉପରୋ ରୋକ ଲଗାଇବାକୁ ପିଟିସନରେ ଦର୍ଶାଇଥିଲେ ତାଙ୍କ ବାପା ।

ଗତ ୨ ତାରିଖରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀ ହାଇକୋର୍ଟ । ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦେଇଥିଲେ ରାୟ ନଆସିବା ଯାଏ ଫିଲ୍ମର ମୁକ୍ତିଲାଭକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଦିଲ୍ଲୀପ ଗୁଲାଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ନ୍ୟାୟ: ଦି ଜଷ୍ଟିସ । ଟିଭି ଆକ୍ଟିର ଜୁବେର ଖାନ୍ ସୁଶାନ୍ତ ସିଂ ରାଜପୁତଙ୍କ କ୍ୟାରେକ୍ଟର ଓ ଶ୍ରେୟା ଶୁକ୍ଳା ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଶକ୍ତି କପୁର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଚିଫ୍ ଅଫିସର ରାକେଶ ଅସ୍ଥାନା କ୍ୟାରେକ୍ଟର ପ୍ଲେ କରୁଛନ୍ତି ।

Leave A Reply

Your email address will not be published.