Latest Odisha News

BREAKING NEWS

ଦିଲ୍ଲୀ ହାଇକୋର୍ଟଙ୍କ ରାୟ, ଶୁଣାଣିର ଲାଇଭ୍ ଦେଖିପାରିବେ ଲୋକ

ନୂଆଦିଲ୍ଲୀ: କୋର୍ଟରେ ଭିଡିଓ କନଫରେନ୍ସିଂରେ ହେଉଥିବା ମାମଲା ଶୁଣାଣିର ଏଣିକି ସିଧାପ୍ରସାରଣ ଦେଖିପାରିବେ ସାଧାରଣ ଲୋକ । ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏସମ୍ପର୍କିତ ନିର୍ଦ୍ଦେଶନାମା ବି ଜାରି କରିଛନ୍ତି । ଯେଉଁ ସବୁ ମାମଲାର ଶୁଣାଣି ବନ୍ଦ କୋଠରୀରେ ହେଉ ନାହିଁ କିମ୍ବା ଯେଉଁ ସବୁ ମାମଲାରେ ସାଧାରଣ ଲୋକ ରହିପାରିବେ ସେଭଳି ମାମଲାର ବିଚାର ଭିଡିଓ ଲିଙ୍କରେ ଦେଖି ଓ ଶୁଣି ପାରିବେ ସାଧାରଣ ଲୋକ ।

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓପନ୍ କୋର୍ଟ ବନ୍ଦ ରହିଛି । ଭିଡିଓ କନଫରେନ୍ସିଂରେ ସବୁ ମାମଲାର ଶୁଣାଣି କରାଯାଉଛି । ଏଥିପାଇଁ ଲୋକଙ୍କୁ ଓପନ୍ କୋର୍ଟ ପ୍ରୋସିଡିଂରୁ ବଞ୍ଚିତ କରାଯାଇ ପାରିବନି ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। କୋର୍ଟ ଶୁଣାଣି ଦେଖିବାକୁ ଚାହୁଁଥିବା ଲୋକ ଗୋଟିଏ ଦିନ ପୂର୍ବରୁ ରାତି ୯ଟା ସୁଦ୍ଧା କୋର୍ଟ ମାଷ୍ଟର କିମ୍ବା କୋର୍ଟ ଷ୍ଟାଫଙ୍କୁ ଅବଗତ କରାଇବେ । ତାପରେ ସେମାନଙ୍କୁ ଭିଡିଓ ଲିଙ୍କ ପ୍ରଦାନ କରାଯିବ । କିନ୍ତୁ ଅତି ସମ୍ବେଦନଶୀଳ ଓ ବନ୍ଦ କୋଠରୀରେ ହେଉଥିବା ଶୁଣାଣି ବେଳେ ଏହି ସୁବିଧା ମିଳିବ ନାହଁର ।

Leave A Reply

Your email address will not be published.