Latest Odisha News

BREAKING NEWS

ସୂର୍ଯ୍ୟ ପରାଗ : ଆକାଶରେ ଛାଇ ଆଲୁଅର ଖେଳ

ସୂର୍ଯ୍ୟ ପରାଗ ହେଉ କି ଚନ୍ଦ୍ର ଗ୍ରହଣ ଏସବୁ କେବଳ ମହାକାଶରେ ଛାଇ ଆଲୁଅର ଖେଳ । ପୃଥିବୀରୁ ଆମେ ଦୁଇ ପ୍ରକାର ଗ୍ରହଣ ଦେଖୁ । ସୂର୍ଯ୍ୟ ପରାଗ ହୁଏ ଅମାବାସ୍ୟା ଦିନ । ଚନ୍ଦ୍ରର ଛାଇ ଭିତରେ ପୃଥିବୀ ଅତିକ୍ରମ କରିବା ବେଳେ କିଛି ସମୟ ପାଇଁ ସୂର୍ଯ୍ୟ ଲୁଚିଯାଏ । ଠିକ ସେହି ଭଳି ପୂର୍ଣ୍ଣମୀରେ ପୃଥିବୀର ଛାଇରେ ଚନ୍ଦ୍ର ଅତିକ୍ରମ କରିବା ବେଳେ କିଛି ସମୟ ପାଇଁ ଚନ୍ଦ୍ର ମଳିନ ପଡିଯାଏ ଯାହାକୁ ଚନ୍ଦ୍ରଗ୍ରହଣ କୁହାଯାଏ । ତେବେ ପୃଥିବୀ ହେଉ କି ଚନ୍ଦ୍ର ଏହାର ଛାଇ କେବଳ ଗାଢ କଳା ହୋଇ ନଥାଏ । ଛାଇର ମଝି ଅଂଶଟି ଥାଏ କଳା ଯାହା ହେଉଛି ଛାୟା ଏବଂ ଏହା ଚାରିପଟେ ହାଲୁକା କଳା ରଙ୍ଗର ଛାଇ ପଡିଥାଏ ଯାହାକୁ ଉପଛାୟା କୁହାଯାଏ । କୌଣସି ଉଜ୍ଜଳ ଆଲୋକ ଆଗରେ ଯଦି ଆମେ ଏକ ଗୋଲିଆ ପେଣ୍ଡୁ ରଖିବା ତେବେ ଛାୟା ଏବଂ ଉପଛାୟା ଦେଖିହେବ ।

ଅଧିକ ପଢନ୍ତୁ ୨୧ ଜୁନରେ ବିରଳ ବଳୟ ପରାଗ

ଆକାଶରେ ୪ପ୍ରକାର ପରାଗ

କୌଣସି ଅମାବାସ୍ୟାରେ ସୂର୍ଯ୍ୟ ଏବଂ ପୃଥିବୀ ମଝିରେ ଚନ୍ଦ୍ର ଗୋଟିଏ ସରଳରେଖାରେ ରହିଲେ ହିଁ ସୂର୍ଯ୍ୟ ପରାଗ ହୁଏ । ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀର ଅବସ୍ଥିତି ନେଇ ଆମେ ୪ପ୍ରକାର ସୂର୍ଯ୍ୟ ପରାଗ ଦେଖିଥାଉ ।

(୧) ପୂର୍ଣ୍ଣ ପରାଗ- ଏଥିରେ ଚନ୍ଦ୍ରର ଗାଢ ଛାଇ ଭିତରେ ପୃଥିବୀର କିଛି ଅଂଶ ଅତିକ୍ରମ କରେ ।

(୨) ବଳୟ ପରାଗ – ଏହି ସ୍ଥିତିରେ ସୂର୍ଯ୍ୟର ଆଲୋକ ଫଳକର କେବଳ ମଝି ଅଂଶଟି ଚନ୍ଦ୍ର ଛାଇ ଭିତରେ ରହିଯାଏ । ଫଳରେ ଚନ୍ଦ୍ର ଗାଢ ଛାଇ ଚାରିପଟେ ସୂର୍ଯ୍ୟ ଆଲୋକର ଏକ ଉଜ୍ୱଳ ବଳୟ ଦେଖିବାକୁ ମିଳେ ।

(୩) ଆଂଶିକ ପରାଗ – ଏଥିରେ ପୃଥିବୀର କିଛି ଅଞ୍ଚଳ ଚନ୍ଦ୍ରର ଉପଛାୟା ଭିତରେ ଅତିକ୍ରମ କରେ ।

(୪) ହାଇବ୍ରିଡ ପରାଗ – ଏହା ଏକ ବିରଳ ପରାଗ । ଏଥିରେ ପୂର୍ଣ ପରାଗରୁ ଆରମ୍ଭ ହୋଇ ବଳୟ ପରାଗ ଦେଖାଯାଏ । ୨୦୨୩ ମସିହା ଏପ୍ରିଲ ୨୦ତାରିଖରେ ଏପରି ଏକ ବଳୟ ପରାଗ ହେବ, ତେବେ ଏହା ଭାରତରେ ଦୃଶ୍ୟମାନ ହେବନି ।

Leave A Reply

Your email address will not be published.