Latest Odisha News

BREAKING NEWS

ଗାନ୍ଧୀ ଜୟନ୍ତୀରେ ରାଜଘାଟ, ବିଜୟଘାଟ ନ ଆସିବା ନେଇ କେଜ୍ରିୱାଲଙ୍କୁ ପ୍ରଶ୍ନ କଲେ ଦିଲ୍ଲୀ ଏଲଜି

ନୂଆଦିଲ୍ଲୀ:ଗାନ୍ଧୀ ଜୟନ୍ତୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନୁପସ୍ଥିତ ନେଇ ଏଲଜି ଭିକେ ସକ୍ସେନା ପତ୍ର ମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିବସରେ ରାଜଘାଟ ଏବଂ ବିଜୟଘାଟ କାହିଁକି ଆସଲନି କହି ସେ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଏ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିବସରେ ଅନୁପସ୍ଥିତ ରହିବା ଉଚିତ ନୁହେଁ । ଆପଣ ପରୋକ୍ଷରେ ରାଷ୍ଟ୍ରପତିଙ୍କ ଆଦେଶକୁ ମଧ୍ୟ ଅବମାନନା କରିଛନ୍ତି ବୋଲି କେଜ୍ରିୱାଲଙ୍କୁ ସକ୍ସେନା କହିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଅଳ୍ପ ସମୟ ପାଇଁ ଆସିଲେ ଏବଂ କିଛି ସମୟ ପରେ ଚାଲିଗଲେ, ଏହା ଉଚିତ କି ? ଦିଲ୍ଲୀ ପ୍ରଟୋକୋଲର ପାଳନ ମଧ୍ୟ କରିନାହାନ୍ତି ବୋଲି ସେ କହିଛନ୍ତି ।

ଗୁଜରାଟରେ ନିର୍ବାଚନ ପ୍ରଚାର ପାଇଁ କେଜ୍ରିୱାଲ ଯାଇଥିଲେ । ଗାନ୍ଧୀ ଜୟନ୍ତୀରେ ଯୋଗ ନ ଦେଇ ନିର୍ବାଚନ ପ୍ରଚାର କରିବା ଆଦୌ ଗ୍ରହଣୀୟ ନୁହେଁ । ଖବର କାଗଜରେ କେବଳ ବିଜ୍ଞାପନ ଦେବା ଯଥେଷ୍ଟ ନୁହେଁ ବୋଲି ଏଲଜି କହିଛନ୍ତି । ଅଧିକାଂଶ ଦଳର ନେତାମାନେ ଉପସ୍ଥିତ ଥିବା ବେଳେ ଦିଲ୍ଲୀରେ ସରକାର ଗଠନ କରିଥିବା ଦଳର ସଦସ୍ୟ ରହି ନ ଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.