Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ ଦିଲ୍ଲୀ । ସବୁସ୍ତରରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡରେ ଭାଗ ନେବାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ରାଜପଥ ଓ ଅନ୍ୟ ସମସ୍ତ ମାର୍ଗରେ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ଫେସ୍ ରେକଗନାଇଜେସନ ସିଷ୍ଟମ ଲଗାଯାଇଛି । ଏହି କ୍ୟାମେରା ଆଗକୁ ଯଦି କେହି ଅପରାଧୀ ବା ସନ୍ଦିଗ୍ଧ ଆସନ୍ତି, ତେବେ ସେମାନଙ୍କୁ ଏହା ତୁରନ୍ତ ଚିହ୍ନିବା ସହ ସୁରକ୍ଷାବଳକୁ ଆଲର୍ଟ କରିବ । ଏହି ସିଷ୍ଟମରେ ୫୦ ହଜାର ସନ୍ଦିଗ୍ଧ ଅପରାଧୀଙ୍କ ଡାଟାବେସ୍ ସେଭ୍ ରହିଛି ।

ଗଣତନ୍ତ୍ର ଦିବସରେ କଡ଼ା ସୁରକ୍ଷାରେ ପରେଡ ପାଇଁ ପାରାମିଲିଟାରୀ ଫୋର୍ସର ୬୫ କମ୍ପାନୀ ସହ ୩୦ ହଜାର ଯବାନ ମୁତୟନ କରାଯାଇଛି । ଏହାସହ ଦିଲ୍ଲୀ ପୋଲିସର ୨୭ ହଜାର ୭୨୩ କମାଣ୍ଡୋ ଓ ସାର୍ପସୁଟର ସାମିଲ ହୋଇଛନ୍ତି । ଏୟାର ସ୍ପେଶର ସୁରକ୍ଷା ପାଇଁ କାଉଣ୍ଟର ଡ୍ରୋନ ସିଷ୍ଟମ ଲଗାଯାଇଛି । ଆତଙ୍କୀ ହମଲାକୁ ନଜରରେ ରଖି ୨୬ ପାରାମିଟରର ଆଣ୍ଟି ଟେରର ପଦକ୍ଷେପ ନିଆଯାଇଛି । ଗୁଇନ୍ଦା ସୂଚନା ପାଇଁ ହୋଟେଲ, ଗେଷ୍ଟ ହାଉସ୍, ଧର୍ମଶାଳା, ଭଡ଼ାରେ ରହୁଥିବା ଲୋକ ଓ ଅନ୍ୟମାନଙ୍କ ଭେରିଫିକେସନ କରାଯାଉଛି । ସେପଟେ ସାଧାରଣତନ୍ତ୍ର ଦିବସ ପାଇଁ ଜାମ୍ମୁ-କାଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments are closed, but trackbacks and pingbacks are open.