Latest Odisha News

BREAKING NEWS

ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା

ସୁନ୍ଦରଗଡ଼ : ବଢ଼ିଲା ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ଅଡୁଆ । ମହିଳାଙ୍କ ଅଭିଯୋଗ ଆଧାରରେ ଝିରପାଣି ଥାନାରେ ଜୁଏଲ୍‌ ଓରାମଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଜୁଏଲ୍‌ଙ୍କ ବିରୋଧରେ ଦଫା ୨୯୪, ୫୦୯ରେ ମାମଲା ରୁଜୁ ହୋଇଛି । ଅପଶବ୍ଦ ବ୍ୟବହାର ପାଇଁ ଦଫା ୨୯୪ ଓ ମହିଳାଙ୍କ ସମ୍ମାନ କ୍ଷୁର୍ଣ୍ଣ ଉଦ୍ଦେଶ୍ୟରେ ଖରାପ ଶବ୍ଦ କିମ୍ବା ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ୫୦୯ରେ ମାମଲା ହୋଇଛି । ଦୁଇଟି ଯାକ ଦଫାରେ ଜରିମାନା ସହ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି । ଘଟଣାରେ ତଦନ୍ତ ଆରମ୍ଭ କରିଛି ଝିରପାଣି ପୋଲିସ ।

ମହିଳାଙ୍କୁ ଜୁଏଲ୍‌ ଓରାମ୍ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଅପମାନ ସହି ନପାରି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ଜୁଏଲ ଓରାମଙ୍କୁ ସମ୍ମାନ ଦେଉଥିଲେ, ହେଲେ ମହିଳାଙ୍କୁ ଇଜ୍ଜତ ଦେବା ସେ ଶିଖି ନାହାନ୍ତି ବୋଲି ଯୁବନେତ୍ରୀ ଜଣକ କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଂସଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

Comments are closed, but trackbacks and pingbacks are open.