Latest Odisha News

BREAKING NEWS

ଓସକା ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟଲ

ମେଲବୋର୍ଣ୍ଣ: ଜାପାନର ନାଓମି ଓସକା ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ୨୩ ବର୍ଷୀୟା ଓସକା ୬-୪, ୬-୩ ସିଧାସଳଖ ସେଟରେ ଆମେରିକାର ଜେନିଫର ବ୍ରେଡିଙ୍କୁ ପରାସ୍ତ କରିଥିଲେ । ୨୦୧୮ରେ ମଧ୍ୟ ସେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ । ବିଜୟ ସହ ସେ ର‌୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ପହଂଚିଛନ୍ତି ।

ଜବରଦସ୍ତ ଫର୍ମରେ ଥିବା ଓସକାଙ୍କ ଏହା କ୍ରମାଗତ ୨୧ତମ ବିଜୟ । ବ୍ରେଡି ୬-୪, ୩-୬ ଓ ୬-୪ ସେଟରେ ଚେକ୍ ରିପବ୍ଲିକର କାରୋଲିନ ମୁଚୋବାଙ୍କୁ ହରାଇ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ । ଟାଇଟଲ ଫେଭରାଇଟ ଆମେରିକାର ସେରେନା ୱିଲିୟମ୍ସଙ୍କୁ ହରାଇ ସେ ଫାଇନାଲକୁ ଉନ୍ନୀତ ହୋଇଥିଲେ ।

Leave A Reply

Your email address will not be published.