Latest Odisha News

BREAKING NEWS

ଦିଲ୍ଲୀରେ ଶୀତ ଭାଙ୍ଗିଲା ୭୧ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶ ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ । ନଭେମ୍ବର ମାସରେ ଜାଡ଼ ଭାଙ୍ଗିଛି ୭୧ବର୍ଷର ରେକର୍ଡ । ଚଳିତ ମାସରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସାଧାରଣତଃ ନଭେମ୍ବରରେ ଦିଲ୍ଲୀରେ ହାରାହାରି ତାପମାତ୍ରା ୧୨.୯ ଡିଗ୍ରୀ ରହିଥାଏ ।

କିନ୍ତୁ ଏଥର ନଭେମ୍ବରରେ ୭୧ ବର୍ଷ ପରେ ଏଭଳି ଶୀତ ଅନୁଭୂତ ହୋଇଛି । ଶେଷଥର ପାଇଁ ୧୯୪୯ ମସିହା ନଭେମ୍ବର ମାସରେ ସେଠାରେ ସର୍ବନିମ୍ନ ତାପମାତ୍ରା ଥିଲା ୧୦.୨ ଡିଗ୍ରୀ ସେଲସିୟସ୍ ।

ଚଳିତମାସ ୩, ୨୦, ୨୩ ଓ ୨୪ ତାରିଖରେ ଦିଲ୍ଲୀରେ ପ୍ରବଳ ଶୀତ ଲହରି ଥିଲା । ୧୦ ଡିଗ୍ରୀ ସେଲସିୟସ ଭିତରେ ରହିଥିଲା ସର୍ବନିମ୍ନ ତାପମାତ୍ରା । ନଭେମ୍ବର ୨୩ ତାରିଖରେ ରେକର୍ଡ ହୋଇଥିଲା ୬.୩ ଡିଗ୍ରୀ ସେଲସିୟସ୍ । ଆଗକୁ ପାରଦ ଆହୁରି ଖସିବ । ଦିଲ୍ଲୀରେ ଶୀତ ଅସମ୍ଭାଳ ହେବା ଅନୁମାନ କରାଯାଉଛି ।

Leave A Reply

Your email address will not be published.