Latest Odisha News

BREAKING NEWS

ଦିନକରେ ଦେଶରୁ ୩୧ ହଜାର କରୋନା ପଜିଟିଭ୍, ୪୧ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୧ହଜାର ୧୧୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୬୨ହଜାର ୮୧୦କୁ ବୃଦ୍ଧି ପାଇଛି ।

କରୋନା ମୃତ୍ୟୁହାର ୧.୪୫%
ଦୈନିକ ଡେଥ୍ କେସ୍ ଖସୁଛି । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୪୮୨ ଆକ୍ରାନ୍ତ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୭ହଜାର ୬୨୧ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।

୯୪% ଆକ୍ରାନ୍ତ ସୁସ୍ଥ
ଆଜି ଆକ୍ରାନ୍ତଙ୍କ ଅପେକ୍ଷା ୧୦ ହଜାର ଅଧିକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାବ କରିଛନ୍ତି ୪୧ ହଜାର ୯୮୫ କରୋନା ଆକ୍ରାନ୍ତ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୮୮ଲକ୍ଷ ୮୯ହଜାର ୫୮୫କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥହାର ରହିଛି ୯୩.୯୪% । ୪ଲକ୍ଷ ୩୫ହଜାର ୬୦୩ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.