ନୂଆଦିଲ୍ଲୀ: ରାଜରାସ୍ତାରେ ଦେଶର ଅନ୍ନଦାତା । ନୂଆ କୃଷି ବିଲକୁ ବିରୋଧ କରିବା ସହ ନିଜ ହକ ପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ହଜାର ହଜାର କୃଷକ । ଦାବି ପୂରଣ ନେହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । ଅଡୁଆରେ ପଡିଥିବା କେନ୍ଦ୍ର ସରକାର ଆଜି କୃଷକଙ୍କ ସହ ଆଲୋଚନା କରିବେ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସେମାନଙ୍କୁ ଡାକିଛନ୍ତି ।
ଆଜି ଅପରାହ୍ମ ୩ଟାରେ କୃଷକ ନେତାଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର । ଏନେଇ କୃଷକ ସଂଗଠନକୁ ଚିଠି ଲେଖି ଜଣାଇଛନ୍ତି କୃଷି ସିଚବ ସଞ୍ଜୟ ଅଗ୍ରଓ୍ୱାଲ । କେନ୍ଦ୍ର ସରକାର ୩୨ଟି କୃଷକ ସଂଗଠନର ପ୍ରତିନିଧିଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ତେବେ ସେମାନେ ଆଲୋଚନାକୁ ଯିବେ କି ନାହିଁ କୃଷକ ସଂଗଠନ ବୈଠକରେ ବିଚାରବିମର୍ଶ ପରେ ନିଷ୍ପତ୍ତି ହେବ ।
BREAKING NEWS
- ଗାଁରେ ଆତଙ୍କ;ଘରେ ପଶିଥିବା ବାଘ ଛୁଆକୁ ଧରିଲା ବନବିଭାଗ
- ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା
- ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ
- ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍: କୋହଲିଙ୍କ ଫର୍ମ ଓ ରେକର୍ଡ ଉପରେ ସମସ୍ତଙ୍କ ନଜର
- ଲଗାଣ ବର୍ଷାରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯୋଗାଯୋଗ ବିଚ୍ଛିନ୍ନ,ଏପଟେ ଧୋଇଗଲା ଶାରିଶୁଆ ଘାଟି
- ଏସୀୟ କ୍ରୀଡ଼ା ୨୦୨୬: ମହିଳା ଶଟପୁଟ୍ରେ ମନପ୍ରୀତଙ୍କୁ ବ୍ରୋଞ୍ଜ; ୪ ବର୍ଷର ବ୍ୟାନ୍ ପରେ ରଚିଲେ ଇତିହାସ
- ଲଗାଣ ବର୍ଷା ଜାରି; ଆସନ୍ତାକାଲି ମାଲକାନଗିରିରେ ଶିକ୍ଷାନୁଷ୍ଠାନ ଛୁଟି
- ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି; ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ
- Tiger Inside House: ଘରେ ପଶିଗଲା ମହାବଳ ବାଘ! ଛାନିଆ ଗାଁ ଲୋକେ…୧୫ ଘଣ୍ଟା ନାକେଦମ୍ ପରେ ଜନ୍ତାରେ ପଡିଲା..
- ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ବାର୍ଦ୍ଧକ୍ୟ ଭତ୍ତା: ମନ୍ତ୍ରୀ

Comments are closed.