ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ନୋଏଡାରେ ଶୁକ୍ରବାର ବୋମା ପଡିଥିବା ନେଇ ଭୟର ବାତାବରଣ । ସେକ୍ଟର ୬୩ ସ୍ଥିତ ଜିଲ୍ଲା ହସ୍ପିଟାଲରେ ନିକଟରେ ବୋମା ଠାବ ହୋଇଥିବା ଜଣାପଡିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ଏହାକୁ ନିଷ୍କ୍ରିୟ କରିବାକୁ ପ୍ରୟାସ କରୁଛନ୍ତି । ଜିଲ୍ଲା ହସ୍ପିଟାଲ ନିକଟରେ ଥିବା ରାସ୍ତାରୁ ବୋମା ଠାବ ହୋଇଥିବା ପୋଲିସ କହିଛି । ବୋମା ଦେଖି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ ।
ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଦିଲ୍ଲୀ ସମେତ ଏନସିଆରରେ ସତର୍କତା ଅବଲମ୍ବନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
Comments are closed.