Latest Odisha News

BREAKING NEWS

ଲାଲୁଙ୍କ ଫୁସଫୁସରେ ସଂକ୍ରମଣ, ଡାକ୍ତର କହିଲେ ଅବସ୍ଥା ସ୍ଥିର

ପାଟନା:ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁବାର ଗୁରୁତର ହୋଇ ପଡିଥିଲେ । ଏପରି କି ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ତେବେ ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଫୁସଫୁସରେ ସଂକ୍ରମଣ ହେବା ଯୋଗୁ ସେ ଅଧିକ ଅସୁସ୍ଥ ହୋଇ ପଡିଛନ୍ତି ।

ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଜେଲ ମାନୁଆଲ ନିୟମ ଉଲ୍ଲଂଘନ କରିଥିବା ନେଇ ଝାଡଖଣ୍ଡ କୋର୍ଟରେ ଶୁଣାଣୀ ହେବ । ଡାକ୍ତରଖାନା ବଦଳରେ ତାଙ୍କୁ ଡିନଙ୍କ ବଙ୍ଗଳାରେ କାହିଁକି ରଖାଗଲା ଏବଂ ରିମ୍ସରେ ସେ ଚିକିତ୍ସିତ ହେବା ଆବଶ୍ୟକ କି ନାହିଁ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ କହିଛନ୍ତି ।

Leave A Reply

Your email address will not be published.