Latest Odisha News

BREAKING NEWS

କେଜ୍ରିଓ୍ବାଲଙ୍କୁ ଘାରିଛି ଗିରଫ ଭୟ? ଇଡିର ତୃତୀୟ ସମନକୁ ବି ଏଡ଼ାଇଲେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ସମନକୁ ଏଡ଼ାଇଛନ୍ତି। ତୃତୀୟ ଥର ପାଇଁ ସେ ଇଡିର ସମନକୁ ଏଡାଇ ଦେଇଛନ୍ତି। ଇଡିର ନୋଟିସକୁ ବେଆଇନ ବୋଲି କହି କେଜ୍ରିୱାଲ ତଦନ୍ତକାରୀ ସଂସ୍ଥାକୁ ଲିଖିତ ଜବାବ ପଠାଇଥିବା ଜଣାପଡ଼ିଛି।

ଆପ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡିକୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ନୋଟିସ୍ ପଠାଯାଇଛି ବୋଲି କୁହାଯାଉଛି।

ନଭେମ୍ବର ୨ ଏବଂ ଡିସେମ୍ବର ୨୧ରେ କେଜ୍ରିୱାଲ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବାକୁ ମନା କରିବା ପରେ ତାଙ୍କୁ ଏହା ତୃତୀୟ ଇଡି ନୋଟିସ୍ ଥିଲା।

ଉଲ୍ଲେଖଯୋଗ୍ୟ, ଏହି ଅବକାରୀ ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇ ଉଭୟ ତଦନ୍ତ କରୁଛନ୍ତି। ଆପ୍ ସାଂସଦ ସଞ୍ଜୟ ସିଂହ ଏହି ମାମଲାରେ ଗିରଫ ହୋଇ ଜେଲରେ ଥିବାବେଳେ ଦଳର ଅନ୍ୟତମ ଶୀର୍ଷ ନେତା ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି।

Leave A Reply

Your email address will not be published.