Latest Odisha News

BREAKING NEWS

ଘିଅ ତ୍ବଚାକୁ କରେ କୋମଳ

ଭୁବନେଶ୍ବର:ଗୁଆ ଘିଅ ଦେହ ପାଇଁ ଯେତିକି ଭଲ ସେମିତି ତ୍ବଚା ପାଇଁ ବି ଭଲ । ଘିଅରେ ଓମେଗା ଥ୍ରୀ ଫ୍ୟାଟି ଏସିଡ, ଭିଟାମିନ ଏ, ବି12,  ଡି,  ଇ,  କେ, ବ୍ୟୁଟିରିକ ଏସିଡ ଭଳି ପୋଷକତତ୍ତ୍ବ ରହିଛି । ଶୀତଦିନେ ତ୍ବଚାରେ ଘିଅ ଲଗାଇଲେ ଚର୍ମର ଶୁଷ୍କତା ବା ଡ୍ରାଏନେସ୍ ସମସ୍ୟା ଦୂର ହୁଏ ।

– ଫ୍ୟାଟି ଏସିଡରେ ଭରପୂର ଘିଅକୁ ତ୍ବଚାକୁ କୋମଳ ଓ ଗ୍ଲୋ କରିବାରେ ସାହାଯ୍ୟ କରେ ।

-ଘିଅ ତ୍ବଚାକୁ ଭିତରୁ ମଇଶ୍ଚରାଇଜ କରେ । ଶୀତ ଦିନେ ଘିଅ ଲଗାଇବା ଅଧିକ ଲାଭଦାୟକ ।

-ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ରହିଛି । ଫାଇନ ଲାଇନ୍ସ କମ୍ କରିବାରେ ସାହାଯ୍ୟ କରେ ।

– ନିୟମିତ ଭାବେ ମୁହଁରେ ଘିଅ ଲଗାଇଲେ କଳା ଦାଗ ଦୂର କରିବାରେ ସାହାଯ୍ୟ କରେ ।

– ଓଠ ଫାଟୁଛି ତେବେ ପ୍ରତିଦିନ ଓଠରେ ଘିଅ ଲଗାନ୍ତୁ ।

-ସେହିପରି ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଏଥିରେ ଥିବାରୁ ସନବର୍ନ ଓ ରାସେସ୍ ସମସ୍ୟା ଦୂର ହୁଏ ।

-ଘିଅରେ ମହୁ ମିଶାଇ ମୁହଁରେ ଲଗାଇଲେ ଚେହେରାରେ ଗ୍ଲୋ ଆସିଥାଏ ।

Comments are closed.