ଭୁବନେଶ୍ୱର: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ସୋମବାର ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି । ଏନେଇ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରତାପ କେଶରୀ ଦେବ ହେଉଛନ୍ତି ବିଜେଡିର ବରିଷ୍ଠ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନର ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ । ବର୍ତ୍ତମାନ ପ୍ରତାପ ଦେବ ଦଳୀୟ ନିର୍ବାଚନକୁ ପରିଚାଳନା କରିବା ସହିତ ସେ ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିନିଧି ରଖିବେ । ପରେ ଏହି ପ୍ରକ୍ରିୟାର ପରିଚାଳନା ପାଇଁ ଦଳର ୩୩ ଟି ସାଙ୍ଗଠନିକ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତି ଦେବ ଦଳ ।
ପ୍ରଥମେ ପଞ୍ଚାୟତ, ବ୍ଲକ ଏବଂ ଏନଏସି ସ୍ତରରେ ସଭାପତି ନିର୍ବାଚିତ ହେବେ । ଏହାପରେ ଜିଲ୍ଲା ସ୍ତରର ସଭାପତିଙ୍କ ନିଯୁକ୍ତି ହେବ । ବର୍ତ୍ତମାନ ଦଳର ସଭ୍ୟ ସଂଗ୍ରହ ଚାଲିଛି ।
Comments are closed.