Latest Odisha News

ପୋଷା କୁକୁରକୁ ଧରି ବାଇକ ଚଢି ଆସିଲେ ବର, ଭିଡିଓ ଭାଇରାଲ

ବାହାଘରକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହାନ୍ତି । କେଉଁଠି ବର ହେଲିକପ୍ଟରରେ ଆସନ୍ତି ତ କେଉଁଠି ଘୋଡାରେ ଚଢି । କାହା ବାହାଘର କେତେ ଆଡମ୍ବରରେ ହେଉଛି ସେଥିପାଇଁ ମଧ୍ୟ ହୁଏ ପ୍ରତିଯୋଗିତା । ପାଣି ପରେ ବହିଯାଏ ଅର୍ଥ । ହେଲେ ଏ ବାହାଘରରେ ଆଡମ୍ବର ନାହିଁ କିନ୍ତୁ ସ୍ମରଣୀୟ । ବର ସହ ବରଯାତ୍ରୀ ଆସୁଛନ୍ତି  । ହେଲେ ବର ବାଇକରେ ବରଯାତ୍ରୀ କୁକୁର । ଏମିତି ଏକ ଭିଡିଓ ଭାଇରାଲ ହୋଇଛି ।

ହୁଏତ  ବର ନିଜ ବାହାଘରକୁ ସ୍ମରଣୀୟ କରାଇବାକୁ ଚାହୁଁଥିଲେ  । କିମ୍ବା କୁକୁର ପ୍ରତି ଭଲ ପାଇବାର ନିଦର୍ଶନ ବି ହୋଇପାରେ । ଯାହା ବି ହେଉ ୟୁଜର୍ସ ଏହାକୁ ଖୁବ ପସନ୍ଦ କରିଛନ୍ତି ।

ଜଣେ ବ୍ୟକ୍ତି ବାହାଘରରେ ବର ବେଶରେ ବାଇକ ଚଢି ଆସୁଛନ୍ତି । ଓ୍ବାଇନ କଲର ସେରଓ୍ବାନି ପିନ୍ଧି ବେଶ ହାଣ୍ଡସମ ଲାଗୁଛନ୍ତି ।  ବାଇକ ଉପରେ ବସିଛି  ତାଙ୍କ ପୋଷା କୁକୁର ।  ପାଖରେ ଛିଡ଼ା ହୋଇଥିବା ବରଯାତ୍ରୀମାନେ ଏପରି ଦୃଶ୍ୟକୁ ବେଶ ଉପଭୋଗ କରୁଛନ୍ତି ।

ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି  । ଦର୍ଶନ ନନ୍ଦୁ ପୋଲ ନାମକ ଜଣେ ବ୍ୟକ୍ତିଙ୍କ ଆାକାଉଣ୍ଟରୁ ଏହା ସେୟାର କରାଯାଇଛି । ଏହି ଭିଡିଓଟିକୁ ୪ ଦିନରେ ପ୍ରାୟ ୧.୭ ମିଲିୟନ ଦର୍ଶକ ଦେଖିଲେଣି ।  କୁକୁର ମଣିଷର  ବନ୍ଧୁତ୍ବର କଥା କାହିଁ କେଉଁ କାଳରୁ ରହିଆସିଛି  ।  ତେବେ ଏପରି ଏକ ଭିଡିଓ ପୁଣି କୁକୁର –ମଣିଷ ଭିତରେ ଥିବା ନିବିଡ ସଂପର୍କକୁ ଆହୁରି ଜୀବନ୍ତ କରିଛି ।

 

 

View this post on Instagram

 

A post shared by Darshan Nandu Pol (@supremebakarwadi)

Leave A Reply

Your email address will not be published.