Latest Odisha News

BREAKING NEWS

ଜିତିବା କଂଗ୍ରେସର ମାନସିକତାରେ ନାହିଁ ବୋଲି କହି ଦଳକୁ ସମାଲୋଚନା କଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ପଦରେ ପଡିଲା ଦଳୀୟ କନ୍ଦଳ । ଦଳ ଉପରେ ବର୍ଷିଛନ୍ତି ପୂର୍ବତନ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସର ଲଢିବା ମନୋବୃତ୍ତି ଆଉ ନାହିଁ । ଦଳରେ ୯ ଜଣ ବିଧାୟକ  । ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତି କହି କଂଗ୍ରେସ ଉପରେ ବର୍ଷିଛନ୍ତି ଚିରଞ୍ଜୀବ ବିଶ୍ୱାଳ ।

ଚିରଞ୍ଜୀବ କହିଛନ୍ତି, ଦଳରେ ନେତୃତ୍ୱର ଅଭାବ ରହିଛି । ଦଳର ଲଢିବା ମନୋବୃତ୍ତି ନାହିଁ । ଉପ ନିର୍ବାଚନ ଲଢିବା କଥା ବୋଲି ପ୍ରାର୍ଥୀ ଦେଇଛି । ପ୍ରଚାର ପାଇଁ କାହାକୁ ଡକାଯାଉଛି ଜଣାନାହିଁ ।  ନେତାଙ୍କ ପାଖରେ ଯେଉଁ କଠିନ ପରିଶ୍ରମର ଆବଶ୍ୟକତା ଦରକାର ଆଜି ତାହା କଂଗ୍ରେସ ନେତାଙ୍କ ପାଖରେ ନାହିଁ ବୋଲି କହି ଦଳକୁ ସମାଲୋଚନା କରିଛନ୍ତି ଚିରଞ୍ଜୀବ ।

ସେ କହିଛନ୍ତି, କଂଗ୍ରେସ ଦଳର ବିଧାୟକ ସଂଖ୍ୟା କମି କମି ଯାଉଛି । ଏବେ ୯ ଜଣ ବିଧାୟକ । ଆଗାମୀ ଦିନରେ କେତେ ହେବ କହି ହେବ ନାହିଁ । ଜଣେ ବି ଯୁବକ ଆଗ୍ରହ ପ୍ରକାଶ କରି କଂଗ୍ରେସ ଦଳକୁ ଆସୁନାହାନ୍ତି । ଆସିଲେ ବି ସେମାନଙ୍କୁ ସୁଯୋଗ ମିଳୁନି । କଂଗ୍ରେସର ବଡ ଦୋଷ ହେଉଛି, ଜଣେ ଲୋକ ଦଳକୁ ଉଠାଇବ, ନିର୍ବାଚନ ୨ ମାସ ଥିବ, ଆଉ  ଜଣେ ନୂଆ ଲୋକ ଆସି ତା ଜାଗା ନେବ  ।

ଏପରିକି ଆଗାମୀ ନିର୍ବାଚନରେ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ମିଳିବେନି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଚିରଞ୍ଜୀବ ।  ଏପରକି ଏଠି ପ୍ରାର୍ଥୀଙ୍କୁ ନାଁକୁ ମାତ୍ର ଟିକେଟ ଦିଆଯାଉଛି । ରାଜନୈତିକ ଇଚ୍ଛାଶକ୍ତି କଂଗ୍ରେସ ଦଳରେ ନାହିଁ । ଦଳ ନିର୍ବାଚନରେ ହାରବ ବୋଲି ମୂଳରୁ ମାନସିକ ସ୍ଥିତିରେ ଅଛି । ତେଣୁ ୯ଟା ୯୦ ହେବ କି ନାହିଁ ତାହା ସମୟ କହିବ ବୋଲି କହିଛନ୍ତି ଚିରଞ୍ଜୀବି ବିଶ୍ୱାଳ।

ପିସିସି ସଭାପତି ପଦକୁ ନେଇ ବି କଟାକ୍ଷ କରିଛନ୍ତି ଚିରଞ୍ଜୀବ । ସେ କହିଛନ୍ତି, କଂଗ୍ରେସର ଆଉ ଏକ ଦୋଷ ରହିଛି । ଯିଏ ପିସିସି ସଭାପତି ହେବ ସେ ଆଉ କାହାକୁ ଖାତିର କରିବ ନାହିଁ । ଏ ସବୁ ସତ୍ତ୍ୱେ  କଂଗ୍ରେସର ଭବିଷ୍ୟତକୁ ନେଇ ଆଶା ରହିଛି ବୋଲି ସେ କହିଥିଲେ ।  ହେଲେ ଆମର ଉଦ୍ୟମ ନାହିଁ । କିନ୍ତୁ ଏବେଠୁ ଚେଷ୍ଟା କଲେ କଂଗ୍ରେସ ପୁଣି ଉଠିବ ।  ସମସ୍ତେ ବରିଷ୍ଠ ରାଜନେତାଙ୍କ ପରାମର୍ଶ କ୍ରମେ ଦଳ ଆଗକୁ ଯିବା ଉଚିତ ବୋଲି ସେ କହିଥିଲେ ।

Leave A Reply

Your email address will not be published.