Latest Odisha News

BREAKING NEWS

୬୪ ବର୍ଷୀୟା ଜେଜେମା : ଅଧା ବୟସର ପୁଅମାନେ ତାଙ୍କୁ ବିବାହ କରିବାକୁ ବ୍ୟାକୁଳ

ଅଷ୍ଟ୍ରେଲିଆ: ଆଜିକାଲି ମହିଳାମାନେ ନିଜକୁ ଫିଟ୍ ରଖିବା ଓ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି । ତେବେ ଜଣେ ୬୪ ବର୍ଷୀୟା ବୃଦ୍ଧା ନିଜକୁ ଏମିତି ଫିଟ୍ ରଖିଛନ୍ତି ଯେ, ଦେଖିଲେ ତାଙ୍କ ବୟସକୁ କେହି ଅନୁମାନ ଲଗାଇ ପାରିବେ ନାହିଁ । ଏବେ ତାଙ୍କ ପାଖକୁ ତାଙ୍କ ବୟସର ଅଧା ବୟସର ଯୁବକଙ୍କଠାରୁ ବହୁ ବିବାହ ପ୍ରସ୍ତାବ ଆସୁଛି, ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ଅଷ୍ଟ୍ରେଲିଆରେ ରୁହନ୍ତି  ଲେସଲି ମ୍ୟାକ୍ସୱେଲ ।  ବୟସ ୬୪ ବର୍ଷ । ବୃତ୍ତିରେ ଜଣେ ଫିଟନେସ୍ ଟ୍ରେନର । କିନ୍ତୁ ସେ ଦେଖିବାକୁ  ବହୁତ ସୁନ୍ଦର । ୬୪ ବର୍ଷ ବୟସ ହୋଇଥିଲେ ମଧ୍ୟ ତାଙ୍କୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।  ତାଙ୍କର ଷ୍ଟାଇଲ୍ ଦେଖିଲେ ଲାଗେ ସେ  ଅନ୍ୟ ବୃଦ୍ଧାଙ୍କ ପରି ନୁହଁନ୍ତି । ସେ ସୋସିଆଲ ମିଡ଼ିଆରେ ଖୁବ୍ ଲୋକପ୍ରିୟ । ତାଙ୍କୁ ଲୋକେ ଅଷ୍ଟ୍ରେଲିଆର ସୁପରଫିଟ୍ ଜେଜେମାଆ ବୋଲି ସମ୍ବୋଦନ କରିଥାନ୍ତିା ତାଙ୍କ ଫିଟନେସ୍ ଦେଖିଲେ ଯୁବତୀମାନେ ମଧ୍ୟ ପଛରେ ରହିଯିବେ ।  ଏଥିପାଇଁ ସେ  ୨୦ ବର୍ଷ ଧରି କଠିନ ପରିଶ୍ରମ କରି ଆସୁୁଛନ୍ତି । ଏହି ୨୦ ବର୍ଷର ଫିଟନେସ୍ ଯାତ୍ରାରେ ତାଙ୍କ ନାମରେ ୩୦ ଟି ବଡି ବିଲଡିଂ ଟାଇଟଲ୍ ମଧ୍ୟ ଅଛି । ତାଙ୍କର ଫିଟ୍ ଏବଂ ସୁନ୍ଦର ଶରୀରକୁ ଦେଖି ଲୋକମାନେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରିଥାନ୍ତି । ଏବେ ମଧ୍ୟ ତାଙ୍କ ବୟସର ଓ ଅଧା ବୟସର ଲୋକଙ୍କଠାରୁ ବିବାହ ପ୍ରସ୍ତାବ ଆସୁଛି ।

ଲେସଲି କହିଛନ୍ତି ଯେ, ଶରୀରକୁ ଫିଟ୍ ରଖିବା ପାଇଁ କୌଣସି ବୟସ ସୀମା ନାହିଁ । ଜଣେ କେବଳ ଚାହିଁଲେ ନିଜର ଚେହେରାକୁ ସୁନ୍ଦର ରଖିବା ସହ ଫିଟ୍ ରଖିପାରିବ ।  ଅଳ୍ପ ବୟସରେ ସେ ବହୁତ ପତଳା ଓ ଦୁର୍ବଳ ଥିଲେ ।  କିନ୍ତୁ ସେ ନିଜକୁ  ବୃଦ୍ଧ ବୟସରେ ଫିଟ୍ କରିଥିଲେ । ସୋସିଆଲ ମିଡିଆରେ ତାଙ୍କ ଫଟୋ ଦେଖି ପୁଅମାନେ ତାଙ୍କୁ ଢେର ପ୍ରଶଂସା କରନ୍ତି । ୩୦-୩୨ ବର୍ଷ ବୟସର ପୁଅମାନେ ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଉଛନ୍ତି । ନିଜର ଫିଟନେସ୍ ପାଇଁ ବହୁତ ପରିଶ୍ରମ କରନ୍ତି । ରାତି ୧୦ ଟା ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ତାଲିମ ଦେବା ପରେ ସେ ନିଜେ ବ୍ୟାୟାମ କରନ୍ତି । ସେ   ପୁଷ୍ଟିକର ଖାଦ୍ୟ ଖାଇବା ସହ ମିଠା ଖାଦ୍ୟକୁୁ ନିୟନ୍ତ୍ରଣରେ  ରଖନ୍ତି ।

Leave A Reply

Your email address will not be published.