Latest Odisha News

BREAKING NEWS

କିମ୍‌ସରେ ଆରମ୍ଭ ହେଲା ସାନ୍ଧ୍ୟକାଳୀନ ଚିକିତ୍ସା ସେବା

ଭୁବନେଶ୍ୱର: ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକମାନଙ୍କ ପାଇଁ କିମ୍‌ସରେ ଆରମ୍ଭ ହୋଇଛି ସନ୍ଧ୍ୟାକାଳୀନ ଚିକିତ୍ସା ସେବା । କିମ୍‌ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଏହି ଇଭିନିଂ କ୍ଲିନିକ୍ ବା ସାନ୍ଧ୍ୟା କ୍ଲିନିକ୍ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାଦ୍ୱାରା ଯେଉଁ ଲୋକମାନେ ଦିନ ତମାମ ବ୍ୟସ୍ତ ରହୁଛନ୍ତି ସେମାନେ ନିଜ କାମ ଶେଷ କରିବା ପରେ କିମ୍‌ସରେ ଓଡ଼ିଶାର ଶ୍ରେଷ୍ଠ ଡାକ୍ତରମାନଙ୍କ ପରାମର୍ଶ ନେଇପାରିବେ ।

BjdElectrycity

କିମ୍‌ସ ସୁପର ସ୍ପେଶାଲିଟି ହସ୍ପିଟାଲ ଓ କର୍କଟ କେନ୍ଦ୍ରରେ ଅନ୍ୟ ନିୟମିତ ଓପିଡି ସେବା ସୋମବାରରୁ ଶନିବାର ପର୍ଯ୍ୟନ୍ତ ଚାଲିବ । ଡାକ୍ତରମାନେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋଗୀ ଦେଖିବେ । ଏଥିସହିତ ପ୍ରତି ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଭିନିଂ କ୍ଲିନିକ୍‌ରେ ମଧ୍ୟ ରୋଗୀ ଦେଖିବେ । କିମ୍‌ସରେ ରୋଗୀମାନଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପନା ସହିତ ଏହି ଇଭନିଂ କ୍ଲିନିକ୍ ଆରମ୍ଭ କରାଯାଇଛି ।

ଶ୍ରୀ ସାମନ୍ତ ଇଭିନିଂ କ୍ଲିନିକ୍ କିମ୍‌ସକୁ ଆଉ ଏକ ରୋଗୀ-ସୁଲଭ ପଦକ୍ଷେପ ଭାବରେ ପରିକଳ୍ପନା କରିଛନ୍ତି । ଯାହା ଏହାର ଉନ୍ନତ ଯତ୍ନ ଏବଂ ଚିକିତ୍ସା ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଇଭିନିଂ କ୍ଲିନିକରେ ପ୍ରମୁଖ ବିଭାଗର ବିଭିନ୍ନ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ଏଥିରେ ଜେନେରାଲ ମେଡିସିନ, ଜେନେରାଲ ସର୍ଜରୀ, କର୍ଣ୍ଣ-ନାସା-ଗଳା, ଚକ୍ଷୁ ରୋଗ, ପଲମୋନାରୀ ମେଡିସିନ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନ୍ୟୁରୋଲୋଜି, ମାନସିକ ରୋଗ, ଏଣ୍ଡୋକ୍ରିନୋଲୋଜି, ର‌୍ୟୁମାଟୋଲୋଜି, ଚର୍ମରୋଗ, ପ୍ରସୂତି ଓ ସ୍ତ୍ରୀ ରୋଗ, ଅସ୍ଥିଶଲ୍ୟ, କାର୍ଡିଓଲୋଜି, ନେଫ୍ରୋଲୋଜି ଏବଂ ପ୍ରଜନନ ମେଡିସିନ (ଆଇଭିଏଫ)ର ବିଶେଷଜ୍ଞ ରୋଗୀଙ୍କୁ ପରାମର୍ଶ ଦେବେ । ଇଭିନିଂ କ୍ଲିନିକ୍‌, ସୁପର ସ୍ପେଶାଲିଟି ଓପିଡି କିମ୍ବା କର୍କଟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ପାଇଁ ଲୋକେ ୦୬୭୪-୭୧୧୧୦୧୧ କିମ୍ବା ୭୬୮୨୮୦୬୫୭୧ ନମ୍ବରରେ ଫୋନ୍ କରି ଅଗ୍ରୀମ ବୁକିଂ କରିପାରିବେ ।

Leave A Reply

Your email address will not be published.