Latest Odisha News

ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଖାଲି ପାଦରେ ଚାଲି ଚାଲି ଆସିଲେ ଭକ୍ତ

ସୁବର୍ଣ୍ଣପୁର: ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ ବନ୍ଧନ । ଭକ୍ତର ଭାବ ଡୋରିରେ ବନ୍ଧା ମହାପ୍ରଭୁ । ସେହି ଭାବ ଡୋରିକୁ କେହି କାଟି ପାରିବେନି । ସେ ପବନ ହେଉ କି ଝାଞ୍ଜି ଖରା । ଲକ୍ଷେ ପ୍ରତିବନ୍ଧକ ସାଜିଲେ ବି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅଟାକାଇ ପାରିବନି । ଏ ତ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ।

ଜଗତର ନାଥ ଜଗନ୍ନାଥ କାହାକୁ କେମିତି ଯେ ଡୋରି ଲଗେଇବେ ସେକଥା କେହି ଜାଣିନାହାନ୍ତି । ବଡ ଠାକୁର ସିଏ କେବଳ ଓଡିଆଙ୍କର ହୋଇ ରହି ନାହିଁ ସାରା ଜଗତର ନାଥ ସିଏ । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସୁଦୁର ରାଜସ୍ଥାନରୁ ଵାହାରି ବିନିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି ଜଣେ ଭକ୍ତ । ରାଜସ୍ଥାନର ମାଧୋପୁର ଜିଲ୍ଲା ରେଣ୍ଡାୟଲ ଗାଁର ବିଜୟ ଗୁଜ୍ଜର  ।

ବିଜୟ ରାଜସ୍ଥାନରୁ ପୁରୀ ଖାଲି ପାଦରେ ଚାଲି ଚାଲି ଯାଉଥିବା ବେଳେ ଏଵେ ବିନିକା ପହଞ୍ଚିଛନ୍ତି। ରାଜସ୍ଥାନରୁ ବାହାରି ମଧ୍ୟପ୍ରଦେଶ ଗୁଆଲିୟର, ଝାନସି  ଦେଇ ଓଡିଶାର ବରପାଲି, ରାମପୁର,  ବିନିକା, ସୋନପୁର ଜଗନ୍ନାଥ ପଥଦେଇ ପୁରୀ ଯିବେ ଵିଜୟ ।

ବିଜୟ  ଗୁଜ୍ଜର ୨୦୨୨ ଡିସେମ୍ବର ୭ ତାରିଖରେ ଆରମ୍ଭ କରି ଆଜିକୁ ୫ ମାସ ୩ ଦିନ ଅତିକ୍ରମ କରି ସୁଦୁର ରାଜସ୍ଥାନରୁ ବାହାରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ପ୍ରଚଣ୍ଡ ଖରା ବର୍ଷା କିଛି ବି ତାଙ୍କୁ ପଥରୁ ହଟାଇ ପାରିନାହିଁ । ବର୍ତ୍ତମାନ ସମୟରେ ଖରାର ତାତି ପାଇଁ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି  । ହେଲେ ଏହି ଭଳି ଖରାକୁ ଖାତିର ନକରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତି ମନରେ ଆଗେଇ ଚାଲୁଛନ୍ତି  ବିଜୟ ।

Leave A Reply

Your email address will not be published.