Latest Odisha News

BREAKING NEWS

ଆଜି ନାଗପଞ୍ଚମୀ, ୧୨୫ ବର୍ଷ ପରେ ଶ୍ରାବଣ ସୋମବାରର ପବିତ୍ର ଯୋଗ…

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଓଡ଼ିଶା ସମେତ ଆଜି ସମଗ୍ର ଭାରତରେ ପାଳିତ ହେଉଛି ନାଗପଞ୍ଚମୀ । ଜ୍ୟୋତିଷଙ୍କ ମତରେ ଏହି ଯୋଗ ୧୨୫ ବର୍ଷରେ ପଡୁଥିବାରୁ ଆଜିର ଦିନ ଅତ୍ୟନ୍ତ ପବିତ୍ର । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ମହାଦେବ ଶିବଙ୍କୁ ଆଜି ଜଳାଭିଷେକ କରାଯାଇଥାଏ । ଆଜିର ଦିନରେ ମହାଦେବ ଭୋଳାଶଙ୍କରଙ୍କୁ ବେଲପତ୍ର ଚଢାଇବା ଦ୍ୱାରା ସମସ୍ତ ମାନସିକ ପୂର୍ଣ୍ଣ ହୋଇଥାଏ । ଆଜି ମହାଦେବ ଶିବଙ୍କୁ ଏହି ପବିତ୍ର ଶ୍ରାବଣ ସୋମବାରରେ ପଡୁଥିବା ନାଗପଞ୍ଚମୀ ଦିନ ଦର୍ଶନ କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଲାଘବ ହେବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ପୁରାଣ ଓ ହିନ୍ଦୁ ଧର୍ମଗ୍ରନ୍ଥରେ କଥିତ ଅଛି, ଶ୍ରାବଣମାସ ଅତ୍ୟନ୍ତ ପବିତ୍ର ଅଟେ ଏବଂ ଶ୍ରାବଣ ସୋମବାରର ମହତ୍ୱ ସବୁଠାରୁ ଅଧିକ । ଯେହେତୁ ଶ୍ରାବଣ ସୋମବାର ସହିତ ଆଜି ନାଗପଞ୍ଚମୀ ତିଥି ରହିଥିବା ଯୋଗୁଁ ଶ୍ରଦ୍ଦାଳୁଙ୍କ ଲାଗି ଏହା ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ଅଟେ ।

ଆଜି ଶିବଙ୍କୁ ପୂଜାକଲେ କଟିଯିବ ସମସ୍ତ କାଳସର୍ପ ଯୋଗ

ଧାର୍ମିକ ଗ୍ରନ୍ଥାନୁଯାୟୀ, ଯଦି କୌଣସି ଜାତକର କୁଣ୍ଡଳୀରେ କାଳସର୍ପ ଯୋଗ ରହିଥାଏ ତେବେ ଆଜି ଶିବାଳୟରେ ପୂଜାର୍ଚ୍ଚନା କଲେ ଏହି ରିଷ୍ଟ ଖଣ୍ଡନ ହେବା ନିଶ୍ଚିତ । ଆଜି ଶିବମନ୍ଦିର ଯାଇ ମହାଦେବ ଶିବ ଏବଂ ନାଗରାଜଙ୍କୁ ପୂଜା କରିବା ଉଚିତ । ଆଜି ମଧ୍ୟ ଭାରତର ବିଭିନ୍ନ ନାଗମନ୍ଦିରରେ ଭିଡ଼ ପରିଲକ୍ଷିତ ହେଉଛି । ମନ୍ଦିରରେ ଭଗବାନ ଶିବ ଓ ନାଗଦେବତାଙ୍କ୍ୁ ଭୋଗ ନୈବେଦ୍ୟ ସହିତ ଭକ୍ତମାନେ ପୂଜା ଅର୍ଚ୍ଚନା ଜାରି ରଖିଛନ୍ତି ।

ଆଜି ଶ୍ରଦ୍ଧା ଓ ଭକ୍ତି ସହକାରେ ନାଗଦେବତାଙ୍କ ପୂଜା କଲେ ସମଗ୍ର ପରିବାର ପ୍ରତି ସର୍ପଭୟ ରହିବ ନାହିଁ । ଜ୍ୟୋତିଷାଚାର୍ଯ୍ୟଙ୍କ ମତାନୁଯାୟୀ, ୧୨୫ ବର୍ଷ ପରେ ଶ୍ରାବଣ ମାସର ସୋମବାର ଦିନ ଏହି ନାଗପଞ୍ଚମୀ ପଡୁଛି । ତେଣୁ ଆଜି ନାଗଦେବତାଙ୍କୁ ପୂଜା କରିବା ସହିତ ଅନ୍ତତଃ ୧୧ ଥର ନାଗରାଜଙ୍କ ନିମିତ୍ତ ମନ୍ତ୍ରକୁ ଉଚ୍ଚାରଣ କରିବା ଉଚିତ ।

ଏହି ମନ୍ତ୍ର ହେଉଛି –

“ଓଁ ନବକୂଳାୟ ବିଦ୍ମହେ ବିଷଦନ୍ତାୟ ଧୀମହି ତନ୍ନୋ ସର୍ପ ପ୍ରଚୋଦୟାତ୍ ”

ଏହି ମନ୍ତ୍ରକୁ ଶ୍ରଦ୍ଧାର ସହିତ ୧୧ ଥର ଜପ କରିବା ଦ୍ୱାରା ଘରେ ସର୍ପଭୟ ଦୂର ହେବା ସହିତ ପରିବାରରେ ସୁଖ ଶାନ୍ତି ବଜାୟ ରହିବା ସହିତ ଧନ ଓ ମାନ ବୃଦ୍ଧି ହେବ ।

ଓଡ଼ିଶାରେ ମନସାଦେବୀଙ୍କ ପୂଜା

ଆଜି ମଧ୍ୟ ଓଡ଼ିଶାରେ ଏହି ନାଗପଞ୍ଚମୀ ଅବସରରେ ମନସାଦେବୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଓଡ଼ିଶାର ପଶ୍ଚିମାଞ୍ଚଳର ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଏବଂ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନମାନଙ୍କରେ ନାଗଦେବୀ ମନସାଦେବୀଙ୍କ ପୂଜା ଆଡ଼ମ୍ବର ସହକାରେ ପାଳିତ ହେଉଛି ।

Leave A Reply

Your email address will not be published.